ସୁନ୍ଦରଗଡ଼,(ବସନ୍ତ କୁମାର ଜେନା ): ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତ ଦାନ ହାର ବୃଦ୍ଧି କରିବା ନେଇ ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଚାଲି ଅଛି ଭୋଟର ସଚେତନତା କାର୍ଯ୍ୟକ୍ରମ।
ଏହି ପରିପ୍ରେକ୍ଷୀରେ ରେ ଆଜି ଟାଂଗରପାଲି ବ୍ଲକ ପରିସର ରେ ବ୍ଲକ ବୁଥ ସ୍ତରୀୟ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ନିଜ ବୁଥ ଅଞ୍ଚଳ ର ଜନସାଧାରଣ ମାନଙ୍କୁ ମତଦାନ କରିବା ନିମନ୍ତେ ଉତ୍ସାହିତ କରିବା ନେଇ ତାଲିମ ଦିଆଯାଇଥିଲା। ସେମାନେ ଘର କୁ ଘର ବୁଲି ଲୋକଙ୍କୁ ଭୋଟ ଦିନ ନିଶ୍ଚିତ ଭାବେ ନିଜ ବୁଥ କୁ ଯାଇ ମତଦାନ କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରଞ୍ଜିତ କୁମାର ମହାନ୍ତ, ତହସିଲଦାର ଶ୍ରୀ ରାଜୀବ ହାଁସଦା ଏବଂ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସେହିପରି ସଦର ବ୍ଲକ ଅନ୍ତର୍ଗତ ଆଇ.ଏମ.ପି. ଏସ୍. ଡିଗ୍ରୀ କଲେଜ , କିଞ୍ଜିର୍ମା ଠାରେ ମଧ୍ୟ ଯୁବ ଭୋଟର ମାନଙ୍କ ମଧ୍ୟରେ ମତଦାନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ , ବ୍ଲକ ସ୍ତରୀୟ ଅଧିକାରୀ ଏଵଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ସେହିଭଳି ରାଜଗାଙ୍ଗପୁର ସ୍ଥିତ ସୁଶୀଳା କଶ୍ୟପ ବିଦ୍ୟାମନ୍ଦିର ଠାରେ ମଧ୍ୟ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବିଦ୍ୟାଳୟ ରେ ରଙ୍ଗୋଲି ଆଦି କରାଯାଇ ସେଥିରେ ଭୋଟ ତାରିଖ ଉଲ୍ଲେଖ କରି ଜନସାଧାରଣଙ୍କୁ ଭୋଟ ଦାନ ନିମନ୍ତେ ଆକୃଷ୍ଟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ଜନସାଧାରଣ ଯୋଗ ଦେଇ ମତ ଦାନ ର ପ୍ରକ୍ରିୟା ତଥା ଇ.ଭି.ଏମ. ରେ କିଭଳି ମତଦାନ କରିବେ ସେନେଇ ପଚାରି ବୁଝିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ବାଗ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post