:
ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମବାସୀଙ୍କ ଦୁଃଖ ଭରା ଯାତାୟାତର କାହାଣୀ ନଦେଖିଲେ ବିସ୍ପାସ କରିବା ଏକଦମ ଅସମ୍ଭବ.
ଉକ୍ତ ଚିତ୍ରକୋଟ ଗ୍ରାମର ମୁଖ୍ୟ ଆର. ଡ଼ି ରାସ୍ତା ଚର୍ଚ୍ ଛକ ଠାରୁ ସ୍କୁଲ୍ ଯାଏ, ରାସ୍ତା ର ଅବସ୍ତା କହିଲେ ନସରେ, ଆପଣମାନେ ଦେଖି ପାରୁଥିବେ ଅଦିନିଆ ବର୍ଷାରେ ଏଭଳି କାଦୁଅ ପଚପଚ୍ ତାହାହେଲେ ବର୍ଷା ଦିନରେ ରାସ୍ତାର ଅବସ୍ଥା କିଭଳୀ ଆପଣ ନିଜେ ଅନୁମାନ କରିପାରୁଥିବେ, କୁନି କୁନି ପିଲା ସ୍କୁଲ୍ ଯିବା ଆସିବାରେ କେତେ କଷ୍ଟ ପାଉଥିବେ ଚିତ୍ରକୋଟ ଗ୍ରାମର ଜନ ଜୀବନ ପ୍ରତି ଏହା ଏକ ଦୁଃଖଦ ଘଟଣା
ଏହି ଘଟଣା ଆଜି କିକାଲିର କଥା ନୁହେଁ ଦୀର୍ଘ ତିରିଶ ବର୍ଷ ଧରି ପକ୍କା ରାସ୍ତାଟିଏ ପାଇଁ ସଂଗ୍ରାମ କରି ଆସୁଛନ୍ତି ଚିତ୍ରକୋଟ ଗ୍ରାମବାସୀ , କିଛି ବର୍ଷ ତଳେ ରାସ୍ତା ଉପରେ ଧାନ ରୁଆ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ଚେଷ୍ଟା କରିଥିବା ପ୍ରକାଶ କରିଛନ୍ତି। ଯୁବ ଗୋଷ୍ଟି ନେତା ଜଶେଫ ଗରଡ଼ା ,କବିସୂର୍ଯ୍ୟ ଟାକ୍ରୀ, ଏବଂ ଗ୍ରାମର ଆବଳ ବୃଦ୍ଧବନିତା ସମସ୍ତଙ୍କ ଗୋଟିଏ ସ୍ପର, ରାସ୍ତା ମରାମତି, କିନ୍ତୁ କେହି ଶୁଣୁନାହାନ୍ତି ନେତା ଓ ମନ୍ତ୍ରୀ ନା,ଦେଖୁଛନ୍ତି ପ୍ରଶାସନିକ ଅଧିକାରୀ ବାବୁ,? ବଡ ଦୁଃଖ ଭରା କାହାଣୀ,ସତରେ ଯେମିତି ସ୍ଵାଧୀନତାର ସ୍ଵାଦ, ଏଯାଏଁ ଚାଖି ପାରିଲେନି, ଚିତ୍ରକୋଟ ଗ୍ରାମବାସି, କେବେ ଶୁଣିବେ ନେତା ଓ ପ୍ରଶାସନିକ ଅଧିକାରୀ ଏହା ଦେଖିବାକୁ ବାକି ରହିଲା
Sign in
Sign in
Recover your password.
A password will be e-mailed to you.
Prev Post