ଡାବୁଗାଁ ରେ ମା ଠାକୁରାଣୀଙ୍କ କଳସ ଯାତ୍ରା ଅନୁଷ୍ଠିତ

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀଙ୍କ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ କୃଷିଫାର୍ମ ପରିସରରେ ଥିବା ମା ଠାକୁରାଣୀ ଙ୍କୁ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଳା କଳସ ମୁଣ୍ଡାଇ ଗ୍ରାମ ପରିକ୍ରମା କରିଥିଲେ। କୃଷି ଫାର୍ମ ପରିସରରୁ ତାରିଣୀ ମନ୍ଦିର ଚାରି ଛକ, ମେଡିକାଲ ଛକ ଓ ପାତ୍ରସାହି ଦେଇ କଳସ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ। ଆତସବାଜି ,ବାଜା,ମର୍ଦ୍ଦଳ ଓ ନୃତ୍ୟର ତାଳେ ତାଳେ ଭକ୍ତ ମାନେ ମା ଠାକୁରାଣୀ ଙ୍କୁ କଳସ ଯାତ୍ରାରେ ନେଇଥିଲେ।ରାସ୍ତା କଡ଼ରେ ମା ଠାକୁରାଣୀଙ୍କ ଆଗମନ ଦେଖିବାକୁ ସହ ସହ ସଂଖ୍ୟାରେ ଭକ୍ତ ଅପେକ୍ଷା କରି ରହିଥିଲେ। ଡାବୁଗାଁ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ମା ତାରିଣୀ ମନ୍ଦିର ସମ୍ମୁଖରେ ଭକ୍ତ ମାନଙ୍କ ପାଇଁ ପଣା ର ବ୍ୟବସ୍ଥା କରାଯାଇଥିଲା। ଆଜିଠାରୁ ୯ ଦିନ ଧରି ମା ଠାକୁରାଣୀ କଳସ ମଣ୍ଡପ ଠାରେ ରହି ପୂଜା ପାଇବାକୁ ଥିବା ବେଳେ ପ୍ରତିଦିନ ମା ଠାକୁରାଣୀ ଡାବୁଗାଁ ଓ ଡଙ୍ଗରିଗୁଡ଼ା ପଞ୍ଚାୟତ ର ପ୍ରତ୍ୟେକ ସାହି ବୁଲି ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇବେ। ୯ ଦିନ ଧରି ଚାଲିବାକୁ ଥିବା ମା ଠାକୁରାଣୀଙ୍କ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ପୂଜା କମିଟି ତରଫରୁ ମେଡିକାଲ ଛକ ରୁ କଳସ ମଣ୍ଡପ ପର୍ଯ୍ୟନ୍ତ ମେଢ଼ ସହ ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ କରିଛନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ ୯ ଦିନ ଧରି କଳସ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୈରବ ମନ୍ଦିର ସମ୍ମୁଖରେ ଥିବା ପଡିଆ ରେ ଆସିଥିବା ମୀନା ବଜାର ମଧ୍ୟ ୯ ଦିନ ଧରି ଲୋକଙ୍କ ମନୋରଞ୍ଜନ ଯୋଗାଇବ। ପୂଜା କମିଟି ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆ ଯାଇଛି। ଆଜିର ମା ଠାକୁରାଣୀଙ୍କ କଳସ ଯାତ୍ରା ରେ ପୂଜା କମିଟି ର ସଭାପତି ସତ୍ୟରଞ୍ଜନ ପାତ୍ର, ଉପ ସଭାପତି ତଥା ଡାବୁଗାଁ ସରପଞ୍ଚ ବିନୋଦ ସୌରା, ସମ୍ପାଦକ ରଘୁନାଥ ପାତ୍ର (କୁନୁ) ,କୋଷାଧ୍ୟକ୍ଷ ସୁରେନ୍ଦ୍ର ରେଲି , ସହ ଗ୍ରାମର ବହୁ ମାନ୍ୟଗଣ୍ୟ ଲୋକେ ସାମିଲ ଥିଲେ।

Leave A Reply

Your email address will not be published.