ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକ କ୍ରୀଡା  ଉତ୍ସବ ଉଦଘାଟିତ ।

0

ପଦ୍ମପୁର/Nila Deep -ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଲପଡିଆ ଠାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାଜବୋଡାସମ୍ବର ବ୍ଳକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ ସହ କ୍ରୀଡ଼ା ଧ୍ବଜକୁ ଉତ୍ତୋଳନ ପୂର୍ବକ ଉଦଘାଟିତ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭାପତି ଶ୍ରୀଯୁକ୍ତ ଦ୍ବାଦଶ କୁମାର ପଧାନ ଓ ସମ୍ପାଦକ ଶ୍ରୀଯୁକ୍ତ ଆଶିଷ କୁମାର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । କ୍ରୀଡ଼ାତ୍ସୋବରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ପୂର୍ବକ ଶାରୀରିକ ସୁସ୍ଥତା ପାଇଁ କ୍ରୀଡ଼ାର ନିତାନ୍ତ ଆବଶ୍ୟକ ଏବଂ ସମସ୍ତେ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ଦରକାର ବୋଲି ନିଜର ମତବ୍ୟକ୍ତ କରିଥିଲେ। ପ୍ରଥମ ଦିନରେ ବିଭିନ୍ନ ପ୍ରତିଯୋଗିତାରେ କୄତିତ୍ବ ହାସଲ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର କରାଯାଇଥିଲା ।

Leave A Reply

Your email address will not be published.