ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ :  ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ଏହା ଧୀରେ ଧୀରେ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର -ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି ମାତ୍ର ବିଭିନ୍ନ ମଡେଲ୍ ଗୁଡିକ  ମଧ୍ୟରେ  ତାରତମ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ସିଇସିର ନିର୍ଦ୍ଦେଶକ  ଡ. ଶରତ ଚନ୍ଦ୍ର ସାହୁ । 

ଏହା ଏକ ଘୁର୍ଣ୍ଣିଝଡ଼ ଭାବେ ନଭେମ୍ବର ୧୫ ବେଳକୁ ତାମିଲନାଡୁ ଉପକୂଳ  ସ୍ପର୍ଶ କରିବ ବୋଲି କେତେକ ମଡେଲ୍ ସୂଚାଉଥିବାବେଳେ ଅନ୍ୟ କେତେକ ମଡେଲ୍ ସୂଚାଉଛି ଯେ ଏହି ଘୂର୍ଣ୍ଣିବଳୟ ପଶ୍ଚିମ ମଧ୍ୟ ବଂଗୋପସାଗରରେ ନଭେମ୍ବର ୧୩ ତାରିଖ ସୁଦ୍ଧା ଡିପ୍ ଡିପ୍ରେସନର ରୂପ ନେବ ଏବଂ ତା’ପରେ ତାହା ଦୂର୍ବଳ ହେବ ବୋଲି ଡ. ସାହୁ କହିଛନ୍ତି | ଏହି ସମୟରେ ଆକାଶ ମେଘୁଆ ରହିବା ସହ ଉପକୂଳ ଓଡ଼ିଶାରେ ନଭେମ୍ବର ୧୨- ୧୫ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଡ. ସାହୁ କହିଛନ୍ତି । ଉତର ପଶ୍ଚିମ ଭାରତରେ ସୃଷ୍ଟ ପ୍ରଦୂଷଣ ହେତୁ ଓଡ଼ିଶାରେ ପାଗ କୁହୁଡିଆ ରହୁଛି ଓ ଉତ୍ତର -ପଶ୍ଚିମ ତଥା ଉତ୍ତର -ଉତ୍ତର -ପଶ୍ଚିମ ଦିଗରୁ ଓଡ଼ିଶା ଆଡ଼କୁ ପ୍ରବାହିତ ବାୟୁ ଦ୍ୱାରା ଏହି ପ୍ରଦୂଷଣକାରୀ ପଦାର୍ଥଗୁଡ଼ିକ ପୂର୍ବ ଦିଗକୁ ଆସୁଛି ବୋଲି ସେ କହିଛନ୍ତି । 

Leave A Reply

Your email address will not be published.