ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ

0 1

ଭୁବନେଶ୍ବର : ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ କଟକ ବ୍ରାଞ୍ଚ ଅଫିସ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ସଂଘର ନୂଆ ଲୋଗୋ ଉନ୍ମୋଚନ କରାଗଲା । ଏହାସହିତ ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ କରାଯିବା ସହିତ କିଭଳି ଭାବରେ ତାର ପ୍ରତିକାର କରାଯାଇ ପାରିବ ସେ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯଇଥିଲା। ବିଗତ ଦିନରେ ଘଟିଥିବା କିଛି ଦୃଷ୍ଟାନ୍ତ ମୂଳକ ଘଟଣା ଉପରେ ଆଲୋଚନା କରାଯାଇଥିଲା ।

ମିନିଟ୍ରକ ମାଲିକ ଭାଇମାନେ ନିଜ ନିଜ ଗାଡିର ପ୍ରତ୍ୟେକ କାଗଜ ପତ୍ର ଠିକ ରଖିବା। ଓଭର ଲୋଡିଙ୍ଗକୁ ବନ୍ଦ କରିବା, ଗାଡ଼ି ଚାଳନା ସମୟରେ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଏବଂ ଶୃଙ୍ଖଳିତ ଭାବେ ଗାଡ଼ି ଚଳାଇବା ପାଇଁ ନିବେଦନ କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟର ୧୫ ଟି ଜିଲ୍ଲାରୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ଯଥା ବାଲେଶ୍ୱର ମିନିଟ୍ରକ ଓନର୍ସ ଆସୋସିଏସନ ସଭାପତି ଅଜୟ କୁମାର ଓଝା, ଅନୁଗୁଳ ସଭାପତି ରଂଜିତ କୁମାର ମିଶ୍ର, ବ୍ରହ୍ମହପୁର ବରିଷ୍ଟ ସଦସ୍ୟ ହରିହର ପାତ୍ର, ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା, କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦେବତା, ଉପସଭାପତି ବିରଞ୍ଚି ସାହୂ, ଉମେଶ ଚନ୍ଦ୍ର ସାହୁ, ଉମାକାନ୍ତ ପାଣି, ଯୁଗ୍ମ ସମ୍ପାଦକ ରାଜୀବ କୁମାର ପରିଡା, ରାକେଶ କୁମାର ସିନ୍ହା, ଭାସ୍କର ମହାରଣା, ଅରୁଣ ଦାସ, ଚନ୍ଦନ ପାତ୍ର, ଦିଲ୍ଲୀପ ସେଠି, ମୁନୁ ନାୟକ, ବିଷ୍ଣୁ ସାହୁ, ଦିଲ୍ଲୀପ ମହାପାତ୍ରଙ୍କ ସମେତ ସଂଘର ବହୁତ ବରିଷ୍ଟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏବଂ ଆଜି ଗାଡିର ମାମୁଲି ପଇସାକୁ ନେଇ ମହାସଂଘର ଏକ ନିଆରା ନାରା ଉନ୍ମୋଚନ ହୋଇଛି ସେ ହେଉଚି ( ଜିସକା ମାଲ ଉସକା ହମାଲ )ଏହି ନାରାକୁ ସମସ୍ତେ ଏକ ସ୍ୱରରେ ସ୍ଲୋଗାନ ଦେଇଥିଲେ |

Leave A Reply

Your email address will not be published.