ଆସିଲା ବିଜେଡିର ବିଧାନସଭା ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା

0

https://youtu.be/hTyZVr2dNuY

ଚିଲିକାରୁ ରଘୁ, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ଓ ବଡ଼ଚଣାରୁ ଅଭିନେତ୍ରୀ ବର୍ଷା

ଭୁବନେଶ୍ବର: ଆସିଲା ବିଜେଡିର ବିଧାନସଭା ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା । ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଚିଳିକାରୁ ପୂର୍ବତନ ବିଧାୟକ ରଘୁସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ଶତପଥୀଙ୍କ ଜାଗାରେ ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । କେନ୍ଦ୍ରାପଡ଼ାରୁ ଶଶୀ ବେହେରାଙ୍କ ଜାଗାରେ କଂଗ୍ରେସରୁ ଆସିଥିବା ଗଣେଶ୍ୱର ବେହେରା, ସିମୁଳିଆରେ ଜ୍ୟୋତି ପାଣିଗ୍ରାହୀଙ୍କ ଜାଗାରେ ସୁଭାଷିନୀ ସାହୁ, ଆନନ୍ଦପୁରରେ ଭାଗିରଥୀ ସେଠୀଙ୍କ ଟିକଟ କାଟି ଅଭିମନ୍ୟୁ ସେଠୀଙ୍କୁ ଏବଂ ସର୍ବୋପରି ଚମ୍ପୁଆରେ ବିଧାୟିକା ମିନାକ୍ଷୀ ମହନ୍ତନ୍କ ଟିକଟ କାଟି ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି |

ରଘୁନାଥ ସାହୁ – ଚିଲିକା
ଅଭିମନ୍ୟୁ ସେଠୀ-ଆନନ୍ଦପୁର
ଦେବାଶିଷ ମାଣ୍ଡି- ସାରସକଣା
ବାସନ୍ତୀ ହେମ୍ବ୍ରମ-କରଞ୍ଜିଆ
ବର୍ଷା ପ୍ରିୟଦର୍ଶନୀ-ବଡଚଣା
ବିଦ୍ୟାସ୍ମିତା ମହାଳିକ-ରେମୁଣା
ସୁବାସିନୀ ସାହୁ-ସିମୁଳିଆ
ଗଣେଶ୍ବର ବେହେରା-କେନ୍ଦ୍ରପଡା
ସନାତନ ମହାକୁଡ-ଚମ୍ପୁଆ

Leave A Reply

Your email address will not be published.