ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ

0

କଲ୍ୟାଣସିଂହପୁର-୨୦/୪(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କଣ୍ଡାକରା ଗାଁ ନିକଟରେ ଥିବା ପଡ଼ିଆରେ ମାଁ ଫୁଲକରାଣୀ କ୍ରିକେଟ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଘାଟନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ,ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା,କଳା ସଂସ୍କୃତି ର ଉପ ସଭାପତି ସନ୍ତୋଷ କୁମାର ବଚ୍ଚା,ଦୁଖୁ ଗୌଡ଼ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟନ କରିଥିଲେ ।ଉଦଘାଟନି ମ୍ୟାଚରେ ସାଜା ସହ କୁମ୍ଭାରଗୁଡା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।ଏଥିରେ କୁମ୍ଭାରଗୁଡା ଦଳ ଟସ ଜିତି ପ୍ରଥମ ବ୍ୟାଟିଙ୍ଗ କରିଥିଲେ ।୧୨ ଓଭର ମ୍ୟାଚ ରେ ୪ ଉଇକେଟ ହରାଇ ୧୨୧ରନ କରିଥିଲେ ।ସାଜା ଦଳ ୧୨୧ରନ କୁ ପିଛା କରି ୧୨ ଓଭରକୁ ୭୬ ରନକରି ପରାଜୟ କରିଥିଲେ ।ଏହି ମ୍ୟାଚକୁ ଲୋକେଶ ସାରକା ଓ ସନ୍ତୋଷ କାଡ୍ରାକା ପରିଚାଳନା କରିଥିଲେ । ଉକ୍ତ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଭାଗ ନେଇଛନ୍ତି ।ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ଦଳ ର ପ୍ରତିଯୋଗିତା କରାଯିବ ବୋଲି ଜଣାପଡିଛି । ଯେଉଁ ଦଳ ଫାଇନାଲରେ ବିଜୟୀ ହେବ ସେହି ଦଳକୁ ଟ୍ରଫି ସହ୮ହଜାର ଟଙ୍କା ଓ ଉପ ବିଜେତାକୁ ଟ୍ରଫି ସହ୬ହଜାର ଟଙ୍କା ସହ ଭଲ ବୋଲର ଓ ବେଷ୍ଟମ୍ୟାନ ଙ୍କୁ ଟ୍ରଫି , ମ୍ୟାଚରେ ଭଲ ପଦର୍ଶନ କରିଥିବା ଖେଳାଳିଙ୍କୁ ଟ୍ରଫି ଓ ସମସ୍ତ ମ୍ୟାଚରେ ଭଲ ଖେଳି ଥିବା ଖେଳାଳିଙ୍କୁ ୧୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.