ବିଶାଳ ଜନସମାଗମ ମଧ୍ୟରେ ଇଦ ମିଲନରେ ଯୋଗଦେଲେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ଓ ବିଧାୟକ ପ୍ରାର୍ଥୀ ଅଙ୍କିତ

0

 https://youtu.be/Uj9CO0p2OHg

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଡବଲ ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ l

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ୩୯ ନଂ ଜୋନ କୁଣ୍ଡି କୁମୁଡା ଜୟପୁର ସ୍ଥିତ ଜଗନ୍ନାଥପୁର ଖେଳ ପଡ଼ିଆରେ ମୁସଲମାନ ଭାଇମାନଙ୍କ ଦ୍ବାରା ଏକ ଇଦ ମିଲନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ହଜାର ହଜାର ସଂଖ୍ୟକ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଖନ୍ଦୋଳ ଓସ୍ତମୂଳ ଛକଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଜେଡ଼ି କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ମାହାଙ୍ଗା ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବାଜା,ବାଣ, ରୋଷଣୀ ଦ୍ବାରା ସଭାସ୍ଥଳକୁ ପାଛୋଟି ନେଇଥିଲେ । ଖନ୍ଦୋଳ ଠାରୁ ଆରମ୍ଭ କରି ଜଗନ୍ନାଥପୁର ପର୍ଯ୍ୟନ୍ତ ପ୍ରତି ଛକ ଛକରେ ବିଜେଡ଼ି ପ୍ରାର୍ଥୀ ଦ୍ବୟଙ୍କୁ ପୁଷ୍ପଗୁଛ , ତ୍ତତ୍ତରୀୟ ସହିତ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଅତିଥିଗଣ କୁଆଁପାଳ ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତି, ଶରତ କରଙ୍କ ପ୍ରତିମୁର୍ତ୍ତୀ, କୋଠପଦା ସ୍ଥିତ ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Image ପରେ ପରେ କୁଣ୍ଡି ପଞ୍ଚାୟତ ଜଗନ୍ନାଥପୁର ଠାରେ ହଜାର ହଜାର ସଂଖ୍ୟକ ମୁସଲମାନ ଭାଇ ମାନଙ୍କ ଦ୍ବାରା ଆୟୋଜିତ ଇଦ୍ ମିଲନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ମହାଙ୍ଗା ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡ଼ା ଲୋକସଭା ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ମାହାଙ୍ଗା ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ଏହି ଅବସରରେ ବିଧାୟକ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ମାଧ୍ୟମରେ ଯେଉଁଭଳି ବିକାଶ କାର୍ଯ୍ୟ ଏହି ଅଞ୍ଚଳ ପାଇଁ କରିଛନ୍ତି ତାହାକୁ ଦୁଇଗୁଣିତ କରିବା ସହିତ ମାହାଙ୍ଗା ଅଞ୍ଚଳର ନାମକୁ ଦିଲ୍ଲୀରେ ଅଧିକରୁ ଅଧିକ ମାତ୍ରାରେ ପହଞ୍ଚାଇବା ପାଇଁ ଆମ ଦୁଇ ବିଜେଡ଼ି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମୁସଲମାନ ଭାଇମାନଙ୍କୁ ଅନୁରୋଧ କରିଥିଲେ ।

Imageସେହିପରି ଭାବେ ବିଧାୟକ ପ୍ରାର୍ଥୀ ଶ୍ରୀ ଜେନା ସମସ୍ତ ମୁସଲମାନ ଭାଇମାନଙ୍କୁ ଇଦ୍ ମିଲନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ପଞ୍ଚାୟତରେ ଆହୁରି ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପୁର୍ନବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ପଡ଼ିବ ଯାହାପାଇଁ ମୋତେ ଏବଂ ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କୁ ଡ଼ବଲ ଶଙ୍ଖରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସମସ୍ତ ମୁସଲମାନ ଭାଇମାନଙ୍କ ସହଯୋଗ ଲୋଡ଼ିଥିଲେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ମୌଲାନ ଉଦତ୍ ରାଜା, ମାହାଙ୍ଗା ବ୍ଳକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ବ୍ଳକ ବିଜେଡି ସଭାପତି ରାଜକିଶୋର ଜେନା, ମହିଳା ବିଜେଡି ସଭାନେତ୍ରୀ ସୁସ୍ମିତା ଦାସ, ଜିଲ୍ଲାପରିଷଦ ସେକ୍ ରିୟାଜୁଲ ହୋଦା ଙ୍କ ସମେତ ହଜାର ହଜାର ସଂଖ୍ୟାରେ ମୁସଲମାନ ଭାଇ, ସରପଞ୍ଚ, ସମିତିସଭ୍ୟ ଓ ବହୁ ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.