ଭବାନୀପାଟଣା :ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା୧୯.୪.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ଗ୍ରହଣ ରେ କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଛି।କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୈବଭ ସିଂ ଚୌହାନ, ଲାଞ୍ଜିଗଡ, ନର୍ଲା ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ କେ ସୁରଜିତ ଏବଂ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସହ ନୂଆପଡ଼ା, ଖରିଆର ପାଇଁ ମନି ଶଙ୍କର ବରଦୋଲଈ ପ୍ରମୁଖ ପର୍ଯ୍ୟବେକ୍ଷକ ରୂପେ ନିର୍ବାଚନ କମିଶନ ଦ୍ୱାରା ନିଯୁକ୍ତି ପାଇଛନ୍ତି। ବୈଠକ ରେ ୫ ଟି ନିର୍ବାଚନ ମଣ୍ଡଳୀ ଓ ୧ ଟି ଲୋକସଭା ଆସନ ପାଇଁ ୬ ଜଣ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସହ ଆୟକର ବିଭାଗ, ସି ଟି ଜି ଏସ ଟି ବିଭଗ, ଅବକାରୀ ବିଭାଗ, ବନ ବିଭାଗ,ପରିବହନ ବିଭାଗ ଅଧିକାରୀ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ,ତ୍ରିଲୋଚନ ପାତ୍ର, ସି ଡି ଓ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଉପ ଜିଲ୍ଲାପାଳ ,ଧର୍ମଗଡ ଧିମନ୍ ଚକମା,ଉପ ଜିଲ୍ଲାପାଳ ଭବାନୀପାଟଣା ବିଶ୍ୱଜିତ ଦାସ,ନିର୍ବାଚନ ସଂଯୁକ୍ତ ଅଧିକାରୀ, ଡି ଆଇ ପି ଆର୍ ଓ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଚୌହାନ ଏବଂ କେ ସୁରଜିତ ବିଭିନ୍ନ ଟିମ୍ ଭି ଏସ ଟି, ଏସ ଏସ ଟି, ଭି ଏସ ଟି, ଆକାଉଣ୍ଟ ଟିମ୍, ଫ୍ଲାଇଙ୍ଗ ସ୍କୁଆଡ,ଏମ ସି ଏମ ସି ଟିମ୍ ର ନୋଡାଲ ଅଧିକାରୀଙ୍କ କାର୍ଯ୍ୟ କୁ ସମୀକ୍ଷା କରିଥିଲେ ଏବଂ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅଧିକାରୀ ଗଣ ନିଜ ଦାୟିତ୍ଵକୁ ଠିକ ଭାବେ ନିର୍ବାହ ସହ ଜେ କୌଣସି ଆଚରଣ ବିଧି ଉଲଙ୍ଘନ କୁ ଧରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଜନସାଧାରଣ ଖର୍ଚ୍ଚ ସମ୍ବର୍ଦ୍ଧିତ କିମ୍ବା ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ବିଷୟ ଉପରେ ଭୈବଭ ସିଂ ଚୌହାନ ଙ୍କୁ ୭୦୦୮୩ ୮୦୦୮୩, କେ ସୁରଜିତ ଙ୍କୁ ୬୩୭୦୪ ୪୯୬୪୫,ମନି ଶଙ୍କର ବର୍ଦୋଲଇଙ୍କୁ ୭୬୦୬୯୭୭୨୬୩ ନମ୍ବର ରେ ଅଭିଯୋଗ କରିପାରିବେ।
Sign in
Sign in
Recover your password.
A password will be e-mailed to you.
Prev Post