କ୍ରସର ମାଲିକ ଓ ପ୍ରଶାସନ ଉପରେ ଲୋକ କ୍ଷୁବ୍ଧ : କଲେ ରାସ୍ତା ଅବରୋଧ

0

ନୁଆପଡ଼ା /ପ୍ରିୟବ୍ରତ ପଣ୍ଡା, ସିନାପାଲି  ବ୍ଲକ ବରଗାଁ ଲୋକ ମାନେ ପ୍ରଶାସନ ଏବଂ କ୍ରସର ମାଲିକଙ୍କ ମନମୁଖି କାର୍ଯ୍ୟକଳାପ ର ବିରୋଧ ରେ ଶୁକ୍ରବାରଦିନ ରାସ୍ତା ଅବରୋଧ କରିଛନ୍ତି ,ଖଡ଼ିଆଳ -ସିନାପାଲି ରାସ୍ତା ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ସୁଚନା ଅନୁସାରେ ଗାଁ କୁ ଲାଗି ପଥର ଖାଦାନ ରହିଅଛି ଏବଂ ବାରମ୍ବାର ବ୍ଳାଷ୍ଟିଂ ଯୋଗୁଁ ଲୋକ ଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି ,ପରିବେଶ ପ୍ରଦୂଷଣ ଏହି ଅଂଚଳ ପାଈଁ କାଳ ହୋଇଛି ।ଏହି ପରି ଅନ୍ଧ ଭାବେ ନିୟମ କାନୁନର ଉଲଂଘନ କରି କତ୍ରୁପକ୍ଷ ଙ୍କ ଦ୍ୱାରା ଜନବସତି ପାଖରେ ବ୍ଳାଷ୍ଟିଂ ଏବଂ କ୍ରସର ପାଈଁ ଅନୁମତି ଦେବା କୁ ନେଈ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି । ଯଦି ସମସ୍ୟା ର ଆସୁ ସମାଧାନ ନ କରା ଯାଏ ହେଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି ।

Leave A Reply

Your email address will not be published.