କେ ଏନ ରାମ ଖଣିର ଜନ ଶୁଣାଣିକୁ ଗ୍ରାମବାସୀଙ୍କ ସମର୍ଥନ : ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେବାକୁ ସର୍ତ୍ତ

0

ବଡ଼ବିଲ (CHITTA RANJAN KAR): ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଭଦ୍ରାସାହି ପଂଚାୟତ ଅନ୍ତର୍ଗତ ଖଟାଉ ନର୍ଭେରାମ କମ୍ପାନୀର ରୋଇଡା ୨ ଲୁହାପଥର ଖଣିର ଉତ୍ପାଦନ ବୃଦ୍ଧି ନିମନ୍ତେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ଏହି ଜନଶୁଣାଣୀରେ ଆଖପାଖ ଅଞ୍ଚଳର ୫ ହଜାର ଲୋକ ସାମିଲ ହୋଇଥିଲେ। କେ ଏନ ରାମ ଖଣିର ଉତ୍ପାଦନ କ୍ଷମତା ୨.୨ ମିଲିୟନ ଟନରୁ ୩.୫ ମିଲିୟନ ଟନକୁ ବୃଦ୍ଧି କରିବା ନିମନ୍ତେ ଏହି ଜନଶୁଣାଣିର ଆୟୋଜନ କରାଯାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେବାକୁ ସର୍ତ୍ତ ରଖି ପ୍ରଭାବିତ ଅଞ୍ଚଳର ଗ୍ରାମବାସୀ ଏହି ଜନଶୁଣାଣୀକୁ ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.