ଭୁବନେଶ୍ୱର: ୨୦୨୩ ବ୍ୟାଚ୍ ଭାରତୀୟପ୍ରଶାସନିକ ସେବାର ୮ଜଣ ଶିକ୍ଷାନବିଶ (ଆଇ.ଏ.ଏସ୍.ପ୍ରୋବେସନର) ଲୋକସେବା ଭବନଠାରେ ମୁଖ୍ୟଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ସମସ୍ତ ଆଇ.ଏ.ଏସ୍ ପ୍ରବେସନର ଓଡ଼ିଶା କ୍ୟାଡରର । ସେମାନେ ହେଲେ ଆସ୍ନି ଏଲ୍., କସ୍ତୁରୀ ପଣ୍ଡା, ତେଜସ୍ୱିନୀ ବେହେରା, ଦୁଧାଲ ଅଭିଷେକ ଦିଲ୍ଲୀପ, ପ୍ରଣୀତା ଦାଶ, ପ୍ରେକ୍ଷା ଅଗ୍ରଓ୍ୱାଲ, ଜିମକୁମ ଆଇ. ଓଜୁକୁମ୍ ଏବଂ ସି. ସରଭାନନ୍ । ଏହି ସମସ୍ତ ଶିକ୍ଷାନବିଶମାନେ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧିନରେ ପାଖାପାଖି ୧ବର୍ଷ ପ୍ରଶିକ୍ଷଣ ନେବେ। ଗୋପବନ୍ଧୁ ଏକାଡେମୀ ଏବଂ ପରେ ପରେ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ସାରି ପରବର୍ତ୍ତୀ ସମୟରେ ସେମାନେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହେବେ । ଓଡ଼ିଶାରେ ପ୍ରଶିକ୍ଷଣ ସମୟରେ ସେମାନେ ରାଜସ୍ୱ ଆଇନ ସଂପର୍କିତ ପ୍ରଶିକ୍ଷଣ, କ୍ଷେତ୍ର ପରିଦର୍ଶନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ଏଥି ସହିତ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ସମୟରେ ସେମାନେ ଅବସ୍ଥାପିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାରେ ନିର୍ବାଚନ ପରିଚାଳନା ଓ ମତଗଣନା ସଂକ୍ରାନ୍ତୀୟ କାର୍ଯ୍ୟ ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି।ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତ ପ୍ରୋବେସନରମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣର ସଫଳତା ତଥା ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ପରିଦର୍ଶନ ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପମହାନିର୍ଦ୍ଦେଶକ ଶ୍ରୀମନିଷ ଅଗ୍ରଓ୍ୱାଲ ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି, ଏହି ଆଇଏଏସ୍ ପ୍ରୋବେସନରମାନେ ଏହା ପୂର୍ବରୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଯୋଗଦାନ କରିବା ପରେ ପ୍ରଥମେ ଏକାଡେମୀର ମହା ନିର୍ଦ୍ଦେଶକ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶ୍ରୀମତୀ ଗର୍ଗ ମଧ୍ୟ ସେମାନଙ୍କର ସର୍ବ ସଫଳତା କାମନା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post