ବରଗଡ ‘- ଗତକାଲି ପବିତ୍ର ଶ୍ରୀରାମ ନବମୀର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବରେ ବର୍ଷା ସିଂ ବରିହାଙ୍କର ନାମ ଘୋଷଣା କରାଯିବା ପରଠାରୁ ପୁରା ନିର୍ବାଚନ ମଣ୍ଡଳୀ ରେ ଥିବା ଦଳୀୟ କର୍ମୀ ଓ ସମର୍ଥକଙ୍କର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ସମସ୍ତେ ବିଭିନ୍ନ ମାଧ୍ୟମରେ ଦଳର ସୁପ୍ରିମୋ ଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଆଜି ବିଧାୟିକା ବର୍ଷା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଥମେ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିବା ଯୋଗୁ କୃତଜ୍ଞତା ଜ୍ଞାପନ କରିବା ସହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ତାଙ୍କର ଆଶୀର୍ବାଦ ଲୋଡିଥିଲେ ।।
Sign in
Sign in
Recover your password.
A password will be e-mailed to you.
Prev Post