ବିଜେଡ଼ିରେ ଯୋଗ ଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ

0

ଭୁବନେଶ୍ୱର, ୧୮/୦୪/୨୦୨୪:କନ୍ଧମାଳର ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜିଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର, କନ୍ଧମାଳ ଲୋକସଭା ସାଂସଦ ଡ ଅଚୁ୍ୟତ ସାମନ୍ତ ଓ କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ହୋଇଥିବା କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପିକର୍ମୀଙ୍କୁ ଡ ପାତ୍ର, ଡ ସାମନ୍ତ ଓ ଶ୍ରୀ ନାୟକ ଉପଢୌକନ ଦେଇ ଦଳକୁ ସ୍ୱାଗତକରିଥିଲେ ।
ଆଜି ବିଜେପିକର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷ କରି କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡ ପାତ୍ର, ଡ ସାମନ୍ତ ଓ ଶ୍ରୀ ନାୟକ କହିଥିଲେ ।
ଏହି ଅବସରରେ କମଳାକାନ୍ତ ପାଣ୍ଡେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି ।ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।ଦଳରେ ମୋତେ ଏବଂ ମୋ ସହଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତ୍ରୀ ବିଳାସିନୀ ନାୟକ, ରାଧାମୋହନ ମହାପାତ୍ର, ସମିତିସଭ୍ୟ କାଳିପ୍ରସାଦ ନାୟକ, ରଂଜିତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଜେରୁ ନାୟକ, ବୁଲୁ ନାୟକ, ମେରୁ ନାୟକ, ତୁମ୍ମୁ କାର୍ଜୀ ପ୍ରଧାନ, ସୋନାଲି ପ୍ରଧାନ, ଲୁସିମା ପ୍ରଧାନ, ଗୁରୁମଣି ନାୟକ, ସଂଗୀତା ପ୍ରଧାନ, ଲିଲିମା ପ୍ରଧାନ, ମିନତୀ ପ୍ରଧାନ, ନମନ୍ତୀ ପ୍ରଧାନ, ରେବିକା ପ୍ରଧାନ, ରିଙ୍କିନା ପ୍ରଧାନ, ପ୍ରଦୀପ ବେହେରା ଓ ନିରାକାର ବେହେରାଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.