ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୭ତମ ଶ୍ରାଦ୍ଧ ଦିବସରେ ବିଜେଡ଼ିର ବିରାଟ ମଟର ସାଇକେଲ ରାଲିରେ ଶକ୍ତି ପ୍ରଦର୍ଶନ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସରେ ଗୁଣପୁର ଠାରେ ବିଜେଡି କର୍ମୀ ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ରାଲି ଆରମ୍ଭ ହେବା ପୂର୍ବରୁ ପ୍ରଥମେ ନୂଆବସଷ୍ଟାଣ୍ତ ଠାରେ ସ୍ଥାପିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ, ଗୁଣପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗାମାଙ୍ଗ ପ୍ରମୁଖ ପୁଷ୍ପମାଲ୍ୟାର୍ପଣ କରିଥିଲେ। ତାହା ପରେ ଏକ ବିରାଟ ବଡ଼ ମଟର ସାଇକେଲ ରାଲିରେ ସହର ଓ ଆଖପାଖ ଅଞ୍ଚଳ ବୁଲି ନିର୍ବାଚନୀ ହୁଙ୍କାର ଦେଇଥିଲେ। ମଟର ସାଇକେଲ ରାଲି ସ୍ଥାନୀୟ ବିକ୍ରମପୁର ଛକରୁବାହାରି ସହରର ମୁଖ୍ୟ ଛକ ଜଗନ୍ନାଥ ମନ୍ଦିର,ତ୍ରିନାଥ ମନ୍ଦିର ଛକ,କଟିକା ସାହି ଛକ, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ମରାଠୀଗୁଡା ଇତ୍ୟାଦିରେ ପ୍ରଦର୍ଶନ କରିଥିଲେ। ବିଜୁବାବୁ ଅମର ରହେ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ,ନବୀନ ପଟ୍ଟନାୟକ, ଭାସ୍କର ରାଓ , ସୁଧୀର ଦାଶ, ରଘୁନାଥ ଜିନ୍ଦାବାଦ ରଣ ହୁଙ୍କାରରେ ସହର ପ୍ରକମ୍ପିତ ହେଉଥିଲା। ଏହି ବିଶାଳ ମଟର ସାଇକେଲ ରାଲିରେ ଚନ୍ଦ୍ରପୁର, ଗୁଡ଼ାରୀ, ରାମନାଗୁଡା ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ମଟର ସାଇକେଲରେ ଆସି ଗୁଣପୁରରେ ଯୋଗଦେଇଥିଲେ। ବିଶାଳ ମଟର ସାଇକେଲ ରାଲି ସହର ପରିକ୍ରମା ସମୟରେ ଅନେକ ସ୍ଥାନରେ ଟ୍ରାଫିକ ଜାମ ହୋଇଯାଇଥିଲା। ପୁଲିସ ଉପସ୍ଥିତ ରହି ଭିଡକୁ ନିୟନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୫ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ଆୟୋଜିତ ବିଜେଡିର ମଟର ସାଇକେଲ ରାଲିରେ ରାଜ୍ୟ ଯୁବ ବିଜେଡି ଉପ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ନେତ୍ରାନନ୍ଦ ଗାମାଙ୍ଗ, ଆଇନଜୀବି ରାଜେନ୍ଦ୍ର ପ୍ରସାଦ ସାହୁ, ମୁନା ପାଣି, ବରିଷ୍ଠ କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ, ଶିବ ପ୍ରସାଦ ପାଢ଼ୀ, ଶାନ୍ତୁନୁ ରଥ, ଭାଗୀରଥି ବିଷୋୟୀ , ବ୍ଲକ ବିଜେଡି ସଭାପତି ଶ୍ରୀନିବାସ ଶତପଥୀ,ନଗର ବିଜେଡି ସଭାପତି ରାମ ପଣ୍ଡା,ଏସ ବାବା ପ୍ରସାଦ, ଗଣେଶ ପଣ୍ଡା, କୃଷ୍ଣଚନ୍ଦ୍ର ସେନାପତି, ରମେଶ ଚନ୍ଦ୍ର ଲିମା, ସୁଜିତ ଶତପଥୀ, ସୁଧାକର ଶତପଥୀ, କିରଣ କୁମାର, ପୂର୍ବତନ କାଉନସିଲର ପୂର୍ଣ୍ଣ ବାଉରୀ,ସାନ ବାଉରୀ,ଟୁକୁନା ରଥ, ସାଇ କୁମାର, ଲକ୍ଷ୍ମୀ ମହାପାତ୍ର,ଦିପୁନ ମହାଙ୍କୁଡ଼,ବିଶ୍ଵନାଥ ସାହୁ,ଶାନ୍ତୁ ପଟନାୟକ,ଦେବୀ ବାଉରୀ,ଯୋଗୀ ପ୍ରତାପ, ଜିତୁ ନାୟକ, ରିଣ୍ଟୁ ଦାଶ,ଏମ୍ ଶ୍ରୀନୁ,ନରସିଂହ ମାଳି ,ରାମନାଗୁଡାର ବରିଷ୍ଠ ବିଜେଡି ନେତା
ଗଗନ ଆଚାର୍ଯ୍ୟ ଅମିତ ,ମହାରଣା, ବିଜୟ ମାଣ୍ଡାଙ୍ଗି,ଦାମଦର କୈବର୍ତ୍ତ, ପଦ୍ମପୁରର ବିଜେଡି ନେତା ମଣ୍ଟୁ ଆଚାର୍ଯ୍ୟ, ରମେଶ ସାହୁ,ଉର୍ଚୁଲା ମାଝି, ସୁରେଶ ମିଶ୍ର,ସୁବାସ ଶବର, ଗୁଡାରିର ବିଜେଡିରୁ ସନ୍ତୋଷ ମହାନ୍ତି, କେଦାର ସାହୁ, ପି ପ୍ରସାଦ,ଟୁନା ଗୌଡ଼ ପ୍ରମୁଖ ନେତୃତ୍ବ ନେଇଥିଲେ।

 

Leave A Reply

Your email address will not be published.