କେନ୍ଦ୍ରାପଡ଼ା:୧୭/୦୪(ଶାସକ ପ୍ରଶାସକ ):ସଦର ଥାନା ଅନ୍ତର୍ଗତ କୋରୁଆ ନିକଟରୁ ବେଆଇନ ମଦ କାରବାରରେ ପ୍ରକାଶ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ।କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳ ୯ଟା ସମୟରେ ୩୨ବର୍ଷୀୟ ଯୁବକ ପ୍ରକାଶ ମଲ୍ଲିକଙ୍କ ପାଖରୁ ୮୦.୧ଲିଟର ବିଅର ଏବଂ ୨୦.୧୬ଲିଟର ଆଇ.ଏମ.ଫିଏଲ୍ ମଦ ଜବତ କରିଛି କେନ୍ଦ୍ରାପଡ଼ା ଅବକାରୀ ବିଭାଗ ।କେନ୍ଦ୍ରାପଡ଼ା ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା।ବାରମ୍ବାର ବେଆଇନ ମଦ,ବ୍ରାଉନ ସୁଗାର ଭଳି ନିଶା କାରବାରରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇପାରିଛି ବିଭାଗ ।ନରେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇପାରିଛନ୍ତି ।ଆଜିର ଏହି ଅପରେଶନରେ ନରେଶ ପଣ୍ଡାଙ୍କ ନେତୃତ୍ୱରେ ଅଶୋକ କୁମାର ବେହେରା,ଦୀପକ ରଂଜନ ଦାସ,ଧନେଶ୍ଵର ମାରାଣ୍ଡି ଓ ସୁଭାସ୍ମିତା ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.