ନିଜ ପୁଅ ସହ ଅରୁନ୍ଧତୀ ଦେବୀ ବିଜେଡିରେ

0 1

ଭୁବନେଶ୍ୱର : ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ଯୋଗ ଦେଇଛନ୍ତି | ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି | ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି | ଏହି ସମୟରେ ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ |
ସୂଚନାଯୋଗ୍ୟ ଯେ ଅରୁନ୍ଧତୀ ବହୁଦିନ ଧରି ଦେବଗଡ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ବିଶୋଦ୍ଗାର କରିଆସିଥିଲେ | ସେ ବିଜେଡି ସହିତ ଯୋଗାଯୋଗରେ ଥିଲାବେଳେ ସେ ବିଜେଡିରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚା ହେଉଥିଲା | ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଜେପି ସଂସଦ ଲୋକପ୍ରିୟତା ହରାଇଥିବା ତାଙ୍କୁ ଦଳ ପୁଣି ପ୍ରାର୍ଥୀ କରିବା ନକରିବା ନେଇ ଦ୍ବନ୍ଦ୍ବରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରୁ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ନୀତିଶଙ୍କ ଟିକଟ କାଟିବା ତାହା ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ପୁଣି ବିଧାନସଭା ଟିକଟ ମିଳିବା ପରେ ଗତକାଲି ଅରୁନ୍ଧତୀ ନିଜ ପୁତ୍ରଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି | ଅରୁନ୍ଧତୀ ବା ତାଙ୍କ ପୁତ୍ରଙ୍କୁ ବିଜେଡି ଦେବଗଡ ବିଧାୟକ ପ୍ରାର୍ଥୀ ଭାବେ ଠିଆ କରାଇପାରେ |

Leave A Reply

Your email address will not be published.