ସାରସକଣା ନିର୍ବାଚନ ମଣ୍ଡଳୀ ରେ ଭାଦବା ହାଁସଦା ବିଜେପି ବିଧାୟକ ଟିକେଟ ପାଇଲା ପରେ କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ।।।

0 1

ସାରସକଣା : (ଶାସକ ପ୍ରଶାସକ): ଓଡ଼ିଶାର ସର୍ବବୃହତ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ। ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ନେଇ ବୃହତ୍ ମୟୁରଭଂଜ ଜିଲ୍ଲା ର ସାରସକଣା ନିର୍ବାଚନ ମଣ୍ଡଳୀ ରେ ପ୍ରଥମେ , ଝାଡ଼ଖଣ୍ଡ ମୁକ୍ତିମର୍ଚ୍ଚା ଓ ପରେ ବିଜେଡି ଦଳରୁ ସାରସ କଣା ରୁ ବିଧାୟକ , କିଛି ଦିନ ପୂର୍ବରୁ ଆସି ବିଜେପି ରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଭାଦବ ହାଁସଦା ଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଭାବେ ଘୋଷଣା କଲାପରେ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ବିଧାୟକ ବୁଢ଼ାନ ମୂର୍ମୁଙ୍କ ଉପରେ ବିଶ୍ୱାସ ନକରି ଦଳ ଶ୍ରୀ ହାଁସଦା ଙ୍କ ଉପରେ ବିଶ୍ୱାସ କରିଛି । ତେବେ ଆଶାୟୀ ଥିବା ଲୋକେଶ୍ୱର୍ ନାଏକଙ୍କ ନୀରବ ରହିବା ଦଳକୁ ଅଡ଼ୁଆ ପରିସ୍ଥିତିରେ ପକାଇବା ନାହିଁ ତ ? ନଅ ଟି ବିଧାନସଭା ମଣ୍ଡଳୀରୁ ଛଅ ଟି ରେ ବିଧାୟକ ମାନଙ୍କୁ ପୁନର୍ବାର ଟିକେଟ ମିଳିଥିଲା ବେଳେ ୩ ଟିରେ ନୂଆଁ ମୁଁହ, ସରସା କଣା ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁ ଦେଖିବାକୁ ମିଳିଛି । ଆଶାୟୀ ପ୍ରାର୍ଥୀ ଏଵଂ କିଛି ସ୍ଥାନ ରେ ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ନେଇ ଶ୍ରୀ ହାଁସଦା ଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଜେଡି ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ତେବେ ଆଗକୁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ଦଳ ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ଏକଜୁଟ କରି ପାରିବ ସେହି ଦଳ ବିଜୟ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.