ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ”ଆକାଂକ୍ଷା” ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ବିଷୁବ ମିଳନ -୨୦୨୪ ପାଳିତ ହୋଇଯାଇଛି। ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ଐତିହାସିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଡଃ ଅନ୍ନପୂର୍ଣ୍ଣା ଦେବୀ ଅବସର ପ୍ରାପ୍ତ ଅଧ୍ୟକ୍ଷା ସଂସ୍କୃତ ମହବିଦ୍ୟାଳୟ , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରସାଦ ନାୟକ ସଂପାଦକ ଦିବ୍ୟ ଜୀବନ ସଂଘ ଯୋଗ ଦେଇ ଆଲୋଚ୍ୟ ବିଷୟ ”ଶାବର ଦେବତା ଶ୍ରୀ ଜଗନ୍ନାଥ ” ସଂପର୍କରେ ବିଷଦ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଅତିଥି ମାନଙ୍କୁ ମଞ୍ଚାସୀନ ହେବା ପାଇଁ ସ୍ଵାଗତ ଜଣାଇଥିବା ବେଳେ ସୁଶ୍ରୀ ସ୍ପେତା ପଟ୍ଟନାୟକ ସ୍ଵାଗତ ଭାଷଣ ପରିବେଷଣ କରିଥିଲେ। ଶ୍ରୀ ଦୁର୍ଗାପ୍ରସାଦ ସାହୁ ସହଯୋଗୀ ଶ୍ରୀମାନ ଦେବୀ ପ୍ରସାଦ ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ମଞ୍ଚାସୀନ ଅତିଥି ମାନଙ୍କ ଉପରେ ପରିଚୟ ପ୍ରଦାନ କରିଥିଲେ। ଏହା ପରେ ମହିଳା ପତ୍ରିକା ”ଆକାଂକ୍ଷା” ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।
ଆକାଂକ୍ଷା ମହିଳା ସଙ୍ଗଠନ ର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଏବଂ ଭକ୍ତି ସଂସଦର ସଂପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର କବିତା ସଂଯୋଜନା କରିଥିଲେ। ଏଥିରେ ୫୦ ଜଣରୁ ଉର୍ଦ୍ଧ୍ଵ କବି ସ୍ବରଚିତ କବିତା ପାଠ କରିଥିଲେ।
ଏହି ଅବସର ରେ ଶ୍ରୀମତୀ ଲକ୍ଷ୍ମୀ ଆମ୍ମା ନନ୍ଦଡା ଅବସର ପ୍ରାପ୍ତ ସ୍ବାସ୍ଥ୍ୟ ପରିଦର୍ଶକା ବ୍ରହ୍ମପୁର ଙ୍କୁ ଆକାଂକ୍ଷା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଡ.କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ଵର୍ଣ୍ଣ ପ୍ରଭା ପାଠୀ ଶ୍ରୀମତୀ ସରୀତା ପାଣିଗ୍ରାହୀ , ଶ୍ରୀମତୀ ସୁନୀତା ବେହେରା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅଗ୍ରଗତି କରାଇବା ଦିଗରେ ଗୁରୁଜୀ ସରୋଜ କୁମାର ପଣ୍ଡା , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ଶରତ ସାହୁ , ଶ୍ରୀ ମୁରଲୀ ପରିଚ୍ଛା , ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ , ଶ୍ରୀ ତ୍ରୀପତି ପଣ୍ଡା , ଭାରତ ଭୁଷଣ ମହାନ୍ତି ଉପସ୍ଥିତ ରହି ସଫଳ ମଣ୍ଡିତ କରିଥିଲେ। ଶେଷରେ ସୁଶ୍ରୀ ଶିବାନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post