ଇନ୍ଦ୍ରାବତୀ ବଜାର ଚଳ ଚଞ୍ଚଳ ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତିସହ ହନୁମାନ ଜନ୍ନ ଉତ୍ସବ ପାଲିତ

0

ତେନ୍ତୁଳୀଖୁଣ୍ଟି /କୃପାନିଧି ରାଉତ(ଶାସକ ପ୍ରଶାସକ): ହନୁମାନ ଜନ୍ନ ଉତ୍ସବ ଅବସରରେ ନାମଯଜ୍ଞ ଘୃତ ଯଜ୍ଞ ଅନ୍ନ ପ୍ରସାଦ ବ୍ୟବସ୍ଥା ଇନ୍ଦ୍ରାବତୀ ହନୁମାନ ପୂଜା କମିଟି ଦ୍ୱାରା ଆୟୋଜିତ ହୋଇଯାଇଛି | ହନୁମାନ ଜନ୍ନ ଉତ୍ସବ ଅବସରରେ ନାମ ଜଜ୍ଞ ଘୁର୍ତ୍ତ ଯଙ୍କ ଅର୍ଣ୍ଣ ପ୍ରସାଦ ବ୍ୟବସ୍ଥା ଇନ୍ଦ୍ରାବତୀ ହନୁମାନ ପୂଜା କମିଟି ଦ୍ୱାରା ଆୟୋଜନପୂଜା କମିଟି ସଭ୍ୟ ତଥା ପୂର୍ବତନ ମୂଖ୍ୟ ଯନ୍ତ୍ରୀ ସନ୍ତୋଷ କୁମାର ଗାହଁଣ,ଭୀମ ସାହୁ, ଅଧ୍ୟାପକ  ରଞ୍ଜନ ସ୍ୱାଇଁ, ହେମନ୍ତ କୁମାର ନାୟକ,  କାବୁଲି ପଟନାୟକ, ସୁଶାନ୍ତ ରାଉତ, ଇନ୍ଦ୍ର ସାହୁ, ଟୁଲୁ ଗୁରୁଜୀ, ସନ୍ତୋଷ ପଣ୍ଡା ଆଦି  ସକ୍ରିୟ ଭାବେ ସହଯୋଗ କରିଥିଲେ | ପ୍ରୟ ତିନିହଜ଼ାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା ହୋଇଥିଲା | ଖାତିଗୁଡା ବଜାର ମୂଖ୍ୟସ୍ଥଳୀ ବଜାର କମିଟି ଉପସଭାପତି ସୁରେନ୍ଦ୍ର ନାଥ ରାଉତ ଦ୍ୱାରା ଓଡ଼ିଆ ନୂଆବର୍ଷ, ସହ ପଣା ସଂକ୍ରାନ୍ତି, ଉପଲକ୍ଷେ ପଣା ବଣ୍ଟନ ବ୍ୟବସ୍ଥା ,ଜୟ ଗୁରୁ ସତ ସଙ୍ଗ ମନ୍ଦିରରେ ମଧ୍ୟ ପଣା ବଣ୍ଟନ,  ଗୋପାଳ ଶ୍ରୀ କ୍ଷେତ୍ରରେ ଭଜନ କୀର୍ତନ, ଖାତିଗୁଡା ସମସ୍ତ ଧାର୍ମିକ ଅନୁଷ୍ଠାନମାନଙ୍କରେ  ପୂଜା ପାଠ ସହ ଭଜନ କୀର୍ତନରେ କମ୍ପିତ ହୋଇଥିଲା | ହିନ୍ଦୁ ଏକତା ବାହିନୀ ତରଫରୁ ହନୁମାନ ଜନ୍ମ ଉତ୍ସବ ଉପଲକ୍ଷେ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା |

Leave A Reply

Your email address will not be published.