ଭବାନୀପାଟଣା ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ

0

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୪.୪.୨୦୨୪: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ରେ ଯେଭଳି ମତଦାନ ଅଧିକ ହେବ ଏବଂ ଭୋଟର ମାନେ ସଚେତନ ହୋଇ ନିଜର ମୂଲ୍ୟବାନ ଭୋଟ ଦେବେ ,ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଡ଼ ବି ଆର୍ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଜିଲ୍ଲାପାଳ ରଥକୁ ସବୁଜ ପତାକା ଦେଖାଇ ଭୋଟର ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାନବ ଶୃଙ୍ଖଳ ତଥା ଦସ୍ତଖତ ଅଭିଯାନର ନେତୃତ୍ୱ ନେଇଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ମେ ମାସ ୧୩ ତାରିଖ ରେ କଳାହାଣ୍ଡି ଜିଲ୍ଲାରେ ସାଧାରଣ ନିର୍ବାଚନ ହେବ ଏବଂ ଏଥିପାଇଁ ସମସ୍ତ ଭୋଟର୍ ବିଶେଷତଃ ନୂଆ ଯୁବ ଭୋଟର୍ ଯେଭଳି ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରିବେ ଏହାକୁ ନେଇ ସଚେତନ ରଥ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ଭାଷାରେ ନିର୍ମିତ ଭୋଟର୍ ସଚେତନ ବୃତ୍ତଚିତ୍ର କୁ ଦେଖିଥିଲେ।

ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଯୁବ ମତଦାତା ମାନଙ୍କୁ ଆସନ୍ତା ମେ ମାସ ୧୩ ତରିକ୍ରେ ନିଜ ନିଜ ବୁଥ କୁ ଯାଇ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରି ଗଣତନ୍ତ୍ର କୁ ସଶକ୍ତ ଓ ସୁ ଦୃଢ଼ କରିବାକୁ ଆହ୍ବାନ କରିଥିଲେ। ଭୋଟର୍ ସଚେତନ କାର୍ଯ୍ୟକ୍ରମ ଉପଲକ୍ଷେ ଅନୂଷ୍ଠିତ କଲେଜ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।କାର୍ଯକ୍ରମ ରେ ଜିଲ୍ଲାପରିଷଦ ସି ଡି ଓ ଦୟାମୟ ପାଢ଼ୀ,ଉପ ଜିଲ୍ଲାପାଳ ଭବାନୀପାଟଣା ଡ଼ ବିଶ୍ୱଜିତ ଦାସ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦିଲ୍ଲୀପ ମହାରଣାଙ୍କ ସମେତ ବି ଡି ଓ,ଭବାନୀପାଟଣା, ଡି ଆଇ ପି ଆର୍ ଓ, ଇ ଓ,ପୌରପରିଷଦ,ଭବାନୀପାଟଣା,ଏ ପି ଡି( ଆର୍ ଏଚ୍ ),ଯୁବ ଆଇକନ୍ ତଥା ବିଶିଷ୍ଟ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଓ ନିର୍ବାଚନ ସଂଯୁକ୍ତ ଅଧିକାରୀ ଉପସ୍ଥିତ ଥିଲେ। ଡି ଆଇ ପି ଆର୍ ଓ ସଭା ସଞ୍ଚାଳନ କରିଥିଲେ।

Leave A Reply

Your email address will not be published.