(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଉତ୍ତରକୂଳ ପଞ୍ଚାୟତ ମାହାଳ ହାଟ ଛକରେ ମିନିଉଜ ପକ୍ଷରୁ ପବିତ୍ର ଇଦ-ଉଲ-ଫିତର ଉପଲକ୍ଷେ ଆରମ୍ଭ ହୋଇଥିବା ଜଳଛତ୍ର କାର୍ଯ୍ୟକ୍ରମ ଓଡ଼ିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଉଦଯାପିତ ହୋଇଯାଇଛି l ମି – ନିଉଜ୍ ଓଡ଼ିଶାର ଅଧକ୍ଷ ଇଜାଜ୍ ଖାଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ବାଟୋଇ ମାନଙ୍କୁ ଲେମୁ ମିଶ୍ରିତ ଦହି ସରବତ ବଣ୍ଟନ କରିବା ସହିତ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତୁଷାର୍ତ୍ତ ପଥିକ ମାନଙ୍କ ନିମନ୍ତେ ଏଭଳି ମହତ କାର୍ଯ୍ୟକ୍ରମ ଆୟୋଜନ କରିଥିବା ସମସ୍ତ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ବାବୁଜଙ୍ଗ ପଞ୍ଚାୟତ ସରପଞ୍ଚ ମିଲନ ଭୂୟାଁ, ଉତ୍ତରକୂଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦିଲ୍ଲିପ ବିଶ୍ଵାଳ, ସରୋଜ କୁମାର ବେହେରା, କଟକ ସଦର ବିଜେଡ଼ି ଛାତ୍ର ନେତା ସଂଗ୍ରାମ ସାହାଣୀ, ବଜାର କମିଟି ସଭାପତି ପ୍ରତାପ ଦାସ, କିଶୋର ସାହାଣୀ, ମାହାଳ ହାଟ ଫାଣ୍ଡି ଅଧିକାରୀ ଅଜୟ କୁମାର ମହାନ୍ତି, ସୁଶାନ୍ତ ପ୍ରଧାନ, ନ୍ୟୁଜ୍ A7 ଅଧ୍ୟକ୍ଷ ଅମିତାଭ ମହାପାତ୍ର,ପୂର୍ବତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ, ଜିଲ୍ଲାପରିଷଦ ବିଳାସ ଭୋଇ, ବିକ୍ରମ ସାହୁ , ଜଲାଲ୍ ମିର୍ଜା, ବିଦାଂଶୁ ପରିଡା , ଅଙ୍କିତ ସେଠୀ ଙ୍କ ସମେତ ବହୁ ସାମ୍ବାଦିକ, ସମାଜସେବୀ ଓ ନେତୃବୃନ୍ଦ ଏଥିରେ ଯୋଗ ଦେଇଥିଲେ । ଶେଷରେ ମି – ନିଉଜ୍ ଓଡ଼ିଶାର ଅଧକ୍ଷ ଇଜାଜ୍ ଖାଁ ସମସ୍ତ ଅତିଥି ଏବଂ ସହଯୋଗକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post