ବିଜେଏମସି ଓଡିଶା ଶାଖା ତରଫରୁ ଜିଲ୍ଲା ସଭାପତି ନିଯୁକ୍ତି l

0

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଜି ତା ୧୪.୪.୨୦୨୪ ରିଖ ପବିତ୍ର ଓଡ଼ିଆ ନବବର୍ଷ ଓ଼ ମହାବିଷୁବ ସଂକ୍ରାନ୍ତି ଅବସରରେ ଭାରତୀୟ ଜନତା ମଜଦୂର ସେଲ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅର୍ଣ୍ଣବ ଚାର୍ଟର୍ଜୀ ଙ୍କ ନିର୍ଦେଶ ଓ଼ ପରାମର୍ଷ ଅନୁସାରେ ରାଜ୍ୟ ସଭାପତି ଶ୍ରୀ ମାନସ ରଞ୍ଜନ ବେହେରା ୪ଗୋଟି ଜିଲାରେ ସଭାପତି ଓ଼ ଉପସଭାପତି ନିଯୁକ୍ତି କରିଛନ୍ତି l ଲମ୍ବୋଧର ମହାରଣା କେନ୍ଦୁଝର ଜିଲ୍ଲା ସଭାପତି, ସୁଦର୍ଶନ ନାଏକ କଳାହାଣ୍ଡି ଜିଲ୍ଲା ସଭାପତି, ଭାର୍ଗବ ପୁଟେଲ ବଲାଙ୍ଗୀର ଜିଲ୍ଲା ସଭାପତି, ଘନଶ୍ୟାମ ନାୟକ ବଲାଙ୍ଗୀର ଜିଲ୍ଲା ଉପ ସଭାପତି,ବରୁଣ ନାୟକ ରାୟଗଡା ଜିଲ୍ଲା ସଭାପତି ଓ଼ ବିଳମ୍ବର ନାଏକ ରାୟଗଡା ଜିଲ୍ଲା ଉପସଭାପତି ଭାବରେ ନିଯୁକ୍ତି ପାଇଛନ୍ତି l ଚଳିତ ସାଧାରଣ ନିର୍ବାଚନ କୁ ଆଖିରେ ରଖି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢି ତୋଳିବା ଲକ୍ଷ୍ୟ ନେଇ ଭାରତୀୟ ଜନତା ମଜଦୂର ସେଲ ନିଜର ସଂଗଠନକୁ ମଜବୂତ କରି ନିର୍ବାଚନ ରେ ଏକ ଅଦ୍ଭୁତ ସଫଳତା ସପକ୍ଷରେ ଅଛି l କଟକ ତ୍ରିସୁଳିଆ ସ୍ଥିତ ରାଜ୍ୟ ଶାଖା କାର୍ଯ୍ୟାଳୟରେ ଉକ୍ତ ନିଯୁକ୍ତି ଓ଼ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମାନସ ରଞ୍ଜନ ବେହେରାଙ୍କ ସହିତ ରାଜ୍ୟ ଉପସଭାପତି ଶ୍ରୀ ସୌମ୍ୟ ରଞ୍ଜନ ମହାପାତ୍ର, ରାଜ୍ୟ ସମ୍ପାଦକ କ୍ରିଷ୍ଣା ସାମନ୍ତରାୟ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ବେଉରା ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ନିର୍ବାଚନ ରେ ମୋଦି ମନ୍ତ୍ରକୁ ନେଇ କାର୍ଯ୍ୟ କରିବାପାଇଁ ଉଭୟ ରାଜ୍ୟ ସଭାପତି ଓ଼ ସାଙ୍ଗଠନିକ ସମ୍ପାଦକ ପ୍ରବାର୍ତ୍ତାଇଥିଲେ l

Leave A Reply

Your email address will not be published.