ନୟାଗଡ଼, (ବିଶ୍ୱଜିତ ନାୟକ): ବିଶିଷ୍ଟ ରାଜ ନେତା, ସାହିତ୍ୟିକ,ଶିକ୍ଷାବିତ୍, ନାଟ୍ୟକାର ସମାଜ ସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ଵର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ବଂଶୀଧର ଇଣ୍ଟର୍ ନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ଆନୁକୁଲ୍ୟରେ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ମନୋଜ କୁମାର ସାହୁ ଓ ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ଶ୍ରୀହନୁମାନ ଜୟନ୍ତୀ , ଆମ୍ବେଦକର ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ମହାଡମ୍ବର ସହକାରେ ପାଳନ ହୋଇ ଯାଇଛି । ୫୦ ଜଣ କବି କବୟିତ୍ରୀ ଯୋଗଦାନ କରି ସ୍ୱ ରଚିତ କବିତା ପାଠ କରି ଥିଲେ । ସଭାମୁଖ୍ୟ ବିଦୁଲତା ସାହୁ, ମୁଖ୍ୟଅତିଥି ଗୋଦାବରୀଶ ମିଶ୍ର, ମୁଖ୍ୟ ବକ୍ତା ଗୋଦାବରୀ ବସନ୍ତିଆ, ସମ୍ମାନିତ ଅତିଥ୍ୟ ଭାବେ ଡ. ସୁକାନ୍ତି ମହାନ୍ତି ଓ ଡ.ନିର୍ମଳ ଚନ୍ଦ୍ର ଶୂରଦେଓ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଅଧ୍ୟାପିକା ନିଳିମାନନ୍ଦ ଓ ଶିକ୍ଷୟିତ୍ରୀ ହରପ୍ରିୟା ଦ୍ବିବେଦୀ କବିତା ଗୁଡ଼ିକର ସଂଯୋଜନା କରିଥିଲେ। ଓଡ଼ିଶାର ସ୍ୱନାମଧନ୍ୟ ଗାଳ୍ପିକ, ସ୍ତମ୍ଭକାର ତଥା ବିଶିଷ୍ଟ ସାହିତ୍ୟିକ ଲଳିତ ମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଥିଲା। ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଓଡ଼ିଆ ନବବର୍ଷରେ ଓଡ଼ିଆ ଖାଦ୍ୟରେ ସମସ୍ତଙ୍କୁ ଆପ୍ୟାୟିତ କରା ଯାଇଥିଲା ।
Sign in
Sign in
Recover your password.
A password will be e-mailed to you.