ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଙ୍କ ଦୁର୍ଗୀ ବାସଭବନରେ ମିଶ୍ରଣ ପର୍ବ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାସ ଙ୍କ ବାସ ଭବନ ରେ ଆଜି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବ ରେ ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ର ଆଇନଜୀବି ଗଣ ସରୋଜ କୁମାର ପାଣିଗ୍ରାହୀ,ମିଖାଲ ପାଣିଗ୍ରାହୀ,ଦିଲ୍ଲୀପ ମହାପାତ୍ର,ରାଜୀବ ଲୋଚନ ପାଢ଼ୀ ଙ୍କ ସହ ପଦ୍ମପୁର ନୁଆ ସାହିର ରଘୁନନ୍ଦନ ପାଢ଼ୀ,ଅଜିତ ପାଢ଼ୀ କୈଳାସ ନାୟକ,ସତ୍ୟ ନାରାୟଣ ପାଢୀ ପ୍ରମୁଖ ଦଳରେ ଯୋଗଦେଇଥିଲେ। ବିଜେଡି ରେ ସାମିଲ ହେବା ଫଳରେ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ସୁଦୃଢ ହେବାସହ ଶକ୍ତିଶାଳୀ ହେବ ବୋଲି ଆଶାବ୍ୟକ୍ତ କରାଯାଇଛି।ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାଶ, ବିଷମ କଟକ ବିଧାୟକ ପ୍ରାର୍ଥୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ପ୍ରମୁଖ ନୂଆରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ଦଳୀୟ ଉପକୌଡ଼ନକ ପକାଇ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଦୁର୍ଗା ପ୍ରସାଦ ସାହୁ, ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ସନ୍ତୋଷ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।

 

Leave A Reply

Your email address will not be published.