ପୋଲିସ ଚେକିଂ ଜୋରଦାର୍ : ଏକ ଲକ୍ଷ ଟଙ୍କା ଜବତ କଲା ଜଗଦଲପୁର ପୋଲିସ l

0

ପଦ୍ମପୁର- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ରାଜ୍ୟ ସୀମାନ୍ତ ଅଂଚଳରେ ଜୋରଦାର୍ ଯାଞ୍ଚ ଚାଲିଛି । ଓଡିଶା ଛତିଶଗଡ ସୀମାନ୍ତ ଧଉଁରାଭଟା ଠାରେ ଜଗଦଲପୁର ପୋଲିସ ପକ୍ଷରୁ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ସହକର୍ମୀ ମାନେ ଯାଞ୍ଚ କରୁଥିବା ସମୟରେ ଏକ ଚାରି ଚକିଆ ଯାନ (ଓଡି-୨୬-ବି-୩୧୧୧ ) କୁ ଯାଞ୍ଚ କରିଥିଲେ ଏବଂ ଗାଡି ମାଲିକ ଚିନିଲାଲା ସାହୁଙ୍କ ପ୍ୟାଣ୍ଟ ପକେଟରୁ ନଗଦ ଏକ ଲକ୍ଷ ଟଙ୍କା ପାଇଥିଲେ । ଏହି ଟଙ୍କା ବିଷୟରେ ସଠିକ ତଥ୍ୟ ପ୍ରଦାନ କରି ନ ପାରିବାରୁ ଟଙ୍କା ଜବତ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.