https://youtu.be/IiWqLaybN9g
ସୁଶାନ୍ତ ଓ ପରିଣୀତାଙ୍କୁ ସୋହେଲାରେ ଭବ୍ୟ ସ୍ୱାଗତ
ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ , ଲୋକସଭା ଆସନ ମଧ୍ୟ ଅଧିକ ଜିତିବ ବିଜେଡି :-ସୁଶାନ୍ତ ସିଂ
ବରଗଡ଼ :- ବାଜି ସାରିଛି 2024 ସାଧାରଣ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ଘୋଷଣା ହେବା ପରେ ରାଜନୈତିକ ଦଳ ମାନଙ୍କ ତରଫରୁ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ବରଗଡ଼ ଲୋକସଭା ପାଇଁ ଉଭୟ ବିଜେଡି ଓ ବିଜେପି ତରଫରୁ ପ୍ରାର୍ଥୀ ଘୋଷଣା ସରିଛି. ଜିଲ୍ଲାର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ଭଟଲି ପାଇଁ ମଧ୍ୟ ଉଭୟ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜୁ ଜନତା ଦଳ ପୁନର୍ବାର ପଶ୍ଚିମ ଓଡିଶାର ସର୍ବାଧିକ ଲୋକପ୍ରିୟ ନେତା ଶ୍ରୀ ସୁଶାନ୍ତ ସିଂ ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଗତ ସାଧାରଣ ନିର୍ବାଚନ ରେ ଶ୍ରୀ ସିଂ ଙ୍କର ନିକଟରୁ ପରାଜିତ ହୋଇଥିବା ଇରାଶିଷ ଆଚାର୍ଯ୍ୟ ଙ୍କୁ ପ୍ରାର୍ଥୀ କରିଛି ।
ଆଜି ବିଧାୟକ ଶ୍ରୀ ସୁଶାନ୍ତ ସିଂ ରାଜଧାନୀ ରୁ ସୋହେଲା ଫେରିବା ବେଳେ ତାଙ୍କ ସୋହେଲା ତଥା ଭଟଲି ଣିର୍ବାଚନ ମଣ୍ଡଳୀର ପ୍ରାୟ ପାଞ୍ଚ ହଜାର ରୁ ଅଧିକ ସମର୍ଥକ ବାଇକ ରାଲିରେ ଶ୍ରୀ ସିଂଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦଶମାଇଲ ଛକ ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଙ୍କୁ ମାଲ୍ୟାର୍ପଣ କରିବା ପରେ ଶ୍ରୀ ସିଂ ଙ୍କୁ ବାଇକ ଅରୋହିମାନେ ସୋହେଲା ଅଭିମୁଖେ ପାଛୋଟି ନେଇଥିଲେ । ଏକ ସୁସଜ୍ଜିତ ଖୋଲା ଜିପ ରେ ବିଧାୟକ ଶ୍ରୀ ସିଂ ଙ୍କର ସହିତ ବରଗଡ଼ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ପରିଣୀତା ମିଶ୍ର ମଧ୍ୟ ରହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଲୋକସଭା ଆସନ ହେବା ପରେ ପରିଣୀତା ମିଶ୍ର ହେଉଛନ୍ତି ପ୍ରଥମ ମହିଳା ପ୍ରାର୍ଥୀ । ଶୋଭାଯାତ୍ରା ସୋହେଲା ମୁଖ୍ୟ ଛକ କୁ ପହଂଚିବା ପରେ ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ବିଧାୟକ ଶ୍ରୀ ସିଂ ଓ ଲୋକସଭା ପ୍ରାର୍ଥୀ ଶ୍ରୀମତୀ ମିଶ୍ର , ଜଗତ ଜନନୀ ମାଁ ଦୁର୍ଗା ନଜର ମନ୍ଦିର କୁ ଯାଇ ପୂଜାର୍ଚ୍ଚନା ଓ ପରିକ୍ରମା କରି ମାଁ ଙ୍କର ଆଶୀର୍ବାଦ ଭିକ୍ଷା କରି ସାଧାରଣ ନିର୍ବାଚନ ପାଇଁ ନିଜର ଦଳୀୟ ପ୍ରଚାର ର ଶୁଭାରମ୍ଭ କରିଥିଲେ । ଚଳିତ ଥର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନେତୃତ୍ୱରେ ବିଜୁ ଜନତା ଦଳ ଗତ ଥର ଅପେକ୍ଷା ଅଧିକ ଅସନ ରେ ବିଜୟ ଲାଭ କରିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରବେ ଓ ଚଳିତ ନିର୍ବାଚନ ରେ ଲୋକସଭା ରେ ମଧ୍ୟ ବିଜୁ ଜନତା ଦଳର ଆସନ ବୃଦ୍ଧି ପାଇବ ବୋଲି କହିଛନ୍ତି ଶ୍ରୀ ସୁଶାନ୍ତ ସିଂ
।।