ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶ ଏବଂ ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନରେ ମାହାଙ୍ଗା ବିଜେଡି ବୃଦ୍ଧି କରିଚାଲିଛି କାୟା

0

https://youtu.be/LQST3S4RGq8

ଦିନକୁ ଦିନ ବହୁ ବିଜେପି କର୍ମୀ ଦଳ ଛାଡି ବିଜେଡି ମୁହାଁ : ମାହାଙ୍ଗାରେ ବିରୋଧୀଙ୍କ ଭାଙ୍ଗୁଛି ବଳ

(ମାହାଙ୍ଗା- ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଶକ୍ତିଶାଳୀ ସଂଗଠନ ପାଇଁ ବିଜେଡି ତାର କାୟା ବୃଦ୍ଧି କରିବାରେ ଲାଗିଛି l ପ୍ରତ୍ୟେକ ଦିନ ବିଜେପି ଦଳର ବହୁ ଅଗଧାଡିର କର୍ମୀ ବିଜେଡି ମୁହାଁ ହେବାରେ ଲାଗିଛନ୍ତି l ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆଗାମୀ ସାଧରଣ ନିର୍ବାଚନରେ ବିରୋଧୀ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହେବାର ଆଶଙ୍କା ରହିଛି ବୋଲି ବହୁ ବୁଦ୍ଧିଜୀବୀ, ରାଜନୀତିଜ୍ଞ ମାନେ ଏବେ ଠାରୁ କହି ବୁଲିଲେଣି l ଏପରିକି କେତେକ ବରିଷ୍ଟ ରାଜନୀତିଜ୍ଞ ମାନଙ୍କ କହିବା ଅନୁସାରେ ଏଥର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଧାୟକ ପ୍ରତାପ ଜେନା ଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନା ଏକ ଲକ୍ଷରୁ ଉର୍ଧ୍ଵ ଭୋଟରେ ଜିତିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ l ଏପରି ସ୍ଥଳେ ସୋମବାର ଦିନ ଗୋତରା ପଞ୍ଚାୟତ ବିଜେପି ସରପଞ୍ଚ ସୂର୍ଯ୍ୟକାନ୍ତ ପଣ୍ଡା ତାଙ୍କ ଶତାଧିକ ବିଜେପି କର୍ମୀମାନଙ୍କୁ ନେଇ ବିଧାୟକ ପ୍ରତାପ ଜେନା ଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦାନ କରିଥିଲା ବେଳେ ସେହିପରି ମଙ୍ଗଳବାର ଦିନ କୁହୁଣ୍ଡା ପଞ୍ଚାୟତର ଯୁବ ବିଜେପି ଯୁବମୋର୍ଚ୍ଚା ସଭାପତି ଅନିଲ କୁମାର ସାହୁ ଏବଂ ତାଙ୍କ ସାଥି ବହୁ ବିଜେପି ଯୁବ କର୍ମୀମାନେ ମାହାଙ୍ଗା ବିଜେପି ଦଳ ଉପରେ ଅତିଷ୍ଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ଏବଂ ବିଧାୟକ ପ୍ରତାପ ଜେନା ଙ୍କ ନେତୃତ୍ୱରେ ବିଜେଡି ଦଳରେ ଯୋଗଦାନ କରିଛନ୍ତି l ସେହିପରି ଭାବେ ଆଗକୁ ମଧ୍ୟ ପ୍ରତ୍ୟେକ ଦିନ ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ମାନେ ଦଳ ପରିତ୍ୟାଗ କରି ମାହାଙ୍ଗା ବିଜେଡିରେ ଯୋଗଦାନ କରିବେ ବୋଲି ଚର୍ଚ୍ଚା ଯୋର ଧରିଲାଣି l ଏହି ଅବସରରେ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ଏକ ମିଶ୍ରଣ ପର୍ବ ମାହାଙ୍ଗା ବ୍ଳକ କୁଆଁପାଳ ଅଳିଯୋଡ଼ା ସ୍ଥିତ ବିଧାୟକ ଶ୍ରୀ ଜେନାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ପଂଚାୟତର ବିଜେପି ଯୁବମୋର୍ଚ୍ଚା ସଭାପତି ଅନିଲ କୁମାର ସାହୁ ଏବଂ ତାଙ୍କ ସାଥି ଯୁବ ବିଜେପି କର୍ମୀ ପ୍ରକାଶ ଚନ୍ଦ୍ର ବେହେରା,ସୁଶାନ୍ତ କୁମାର ସାହୁ,ସୁନନ୍ଦ ଦାସ,ରୁଦ୍ର ପ୍ରତାପ ଦାସ,ବିକ୍ରମ ଦାସ,ସୁନୀଲ କୁମାର ସାହୁ,ପ୍ରମୋଦ କୁମାର ଦାସ,ରଞ୍ଜନ ଦାସ,ମୋହନ କୁମାର ସାହୁଙ୍କ ସମେତ ବହୁ ବିଜେପି ଯୁବ କର୍ମୀ ଦଳ ପରିତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଧାୟକ ଶ୍ରୀ ଜେନା ବିଜେଡ଼ି ଦଳରେ ଯୋଗଦାନ କରିଥିବା ନବାଗତ ବିଜେପି କର୍ମୀମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ କୁହୁଣ୍ଡା ପଂଚାୟତରେ ଯେଉଁଭଳି ଭାବେ ଵିକାଶ କାର୍ଯ୍ୟକ୍ରମ ହୋଇଛି ତାହାକୁ ଦୁଇଗୁଣିତ କରିବା ପାଇଁ ନବୀନ ବାବୁଙ୍କ ହାତମୁଠାକୁ ଆହୁରି ମଜଭୂତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଜେଡ଼ିରେ ଯୋଗଦାନ କରିଥିବା ଯୁବ ବିଜେପି କର୍ମୀମାନେ ମାହାଙ୍ଗା ବିଜେପି ଦଳୀୟ କର୍ମୀଙ୍କ ଉପରେ ଅତିଷ୍ଟ ହୋଇ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଧାୟକ ପ୍ରତାପ ଜେନାଙ୍କ ଶକ୍ତିଶାଳୀ ସଂଗଠନ ପାଇଁ ବିଜେଡିରେ ଯୋଗଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ବ୍ଳକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଳକ ବିଜେଡ଼ି ସଭାପତି ରାଜକିଶୋର ଜେନା, କୁହୁଣ୍ଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ କୁମାର ପ୍ରଧାନ, ବିଜେଡ଼ି ସଭାପତି ଜଗନ୍ନାଥ ନାୟକ, ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ବେହେରା ଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.