ଭୁବନେଶ୍ୱର : କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରର ବିଜେଡ଼ିର ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାୟକ ଓ ଝୁମ୍ପୁରା ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରତୀଭା ମଞ୍ଜରୀ ନାୟକ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ କେନ୍ଦୁଝର ଜିଲ୍ଲାର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଜୟଦେବ ଜେନାଙ୍କ ଉପସ୍ଥିତିରେ କଂଗ୍ରେସ ଦଳର ନୀତି, ଆଦର୍ଶ ଓ ବିଚାରଧାରାକୁ ଭଲପାଇ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ସାମ୍ପତ୍ରିକ ରାଜନୈତିକ ପରିସ୍ଥିତିରେ ଯେଉଁଭଳି ଭାବରେ ଦେଶରେ ବିଭାଜନକର ଶକ୍ତିମାନେ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଚାଲିଛନ୍ତି। ସମ୍ବିଧାନ ଓ ସାମ୍ବିଧାନୀକ ବିଧିବ୍ୟବସ୍ଥା ଆଜି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ହିଂସା, ଘୃଣା ଓ ଆକ୍ରୋଶମୂଳକ ରାଜନିତି ଦେଶରେ ଗଣତନ୍ତ୍ରକୁ ଲୋପ କରିଦେବାପାଇଁ ବସିଛି । ଠିକ ସେହିଭଳି ଭାବରେ ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟରେ ମୌଳିକ ସମସ୍ୟାର ସମାଧାନ ହେଲାନାହିଁ । ରାଜ୍ୟରେ କୃଷକ, ଶ୍ରମିକ, ମହିଳା, ଛାତ୍ର ଓ ଯୁବକ ସମସ୍ତେ ଆଜି ସନ୍ଦିହାନ । ୨୪ ବର୍ଷ ଭିତରେ କୃଷକର ଆୟ ଦ୍ୱିଗୁଣିତ ହେଲା ନାହିଁ, ଦାଦନ ଶ୍ରମିକକ ସଂଖ୍ୟା ବୃଦ୍ଧି ପାଇଲା, ଯୁବକଙ୍କୁ ନିଯୁକ୍ତି ମିଳିଲା ନାହିଁ, ମହିଳାଙ୍କ କ୍ଷେତ୍ରରେ ଅନ୍ୟାୟ, ଅତ୍ୟାଚାର ଓ ଅପରାଧ ଆଜି ବହୁ ପରିମାଣରେ ବୃଦ୍ଧି ପାଇଛି କିନ୍ତୁ ସରକାର ନୀରବ ।
ଆଦିବାସୀ ବର୍ଗ ଏ ରାଜ୍ୟରେ ସବୁଠାରୁ ଅବହେଳିତ । ରାହୁଲ ଗାନ୍ଧୀଙ୍କର ଚିନ୍ତାଧାରାକୁ ସାକାର କରିବାପାଇଁ ତାଙ୍କର ନିର୍ଭର ଯୋଗ୍ୟ ସିପାହୀ ହୋଇ ଆସନ୍ତା ଦିନରେ କେନ୍ଦୁଝର ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବାପାଇଁ କାର୍ଯ୍ୟକରିବୁ ବୋଲି କଂଗ୍ରେସ ଦଳରେ ଯୋଗଦେବା ଅବସରରେ ଶ୍ରୀଯୁକ୍ତ ନାୟକ ,ଓ ଶ୍ରୀମତୀ ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।
ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଜୟଦେବ ଜେନା, ଶ୍ରୀ ନାୟକ ଓ ଶ୍ରୀମତୀ ପ୍ରତିଭା ମଞ୍ଜରୀ ନାୟକଙ୍କୁ କଂଗ୍ରେସ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ପିସିିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧିର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଇଂ ବିନୋଦ ବିହାରୀ ନାଏକ, କଂଗ୍ରେସ ନେତା ଚତୁର୍ଭୁଜ ନାୟକ, ଯଦୁମଣି ବାରିକ, ଇଂ ସନ୍ତୋଷ କୁମାର ସାହୁ, ଦେବେନ୍ଦ୍ର ନାଥ ନାୟକ ଓ ବୀରଭଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.