କଂଗ୍ରେସ ର ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଓ ବିଧାୟକ ପ୍ରାର୍ଥୀ ଲିପିକା ମାଝୀ ଙ୍କୁ ଡାବୁଗାଁ ରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମେଦନା ରୋଡ ସ୍ଥିତ ଶାଗୁଆନ ଜଙ୍ଗଲ ମଧ୍ୟରେ କଂଗ୍ରେସ ର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ତଥା ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଡକ୍ଟର ଲିପିକା ମାଝୀ ଙ୍କୁ ଦଳ ତରଫରୁ ଫୁଲତୋଡ଼ା ଓ ଉପ ଢ଼ଉକନ ଦେଇ ସ୍ଵାଗତ କରାଯାଇଥିଲା। ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ କଂଗ୍ରେସ ଦଳ ଯେଉଁ ଆଶା ଓ ବିଶ୍ୱାସ ନେଇ ମୋତେ ପ୍ରାର୍ଥୀ କରିଛି ସେଥି ପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଥିଲେ।ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଁ ଯେଉଁ ସ୍ବପ୍ନ ଦେଖିଥିଲି ତାହା ଅଧୁରା ହୋଇ ରହିଛି। ସେହି ଅଧୁରା ସ୍ବପ୍ନ କୁ ମୁଁ ନିଶ୍ଚୟ ପୂରଣ କରିବି ବୋଲି କହିଥିଲେ। ଏହି ଅବସରରେ କଂଗ୍ରେସ ଦଳ ତରଫରୁ ଆଗାମୀ ନିର୍ବାଚନ ନିମନ୍ତେ ଜାରି ହୋଇଥିବା ଇସ୍ତାହାର ସମ୍ବନ୍ଧରେ କର୍ମୀ ମାନଙ୍କୁ କହିଥିଲେ।
ସମ୍ମାନିତ ଅତିଥି ତଥା ଡାବୁଗାଁ ବିଧାନ ସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାଥି ଡକ୍ଟର ଲିପିକା ମାଝୀ ବିଜେଡି ସରକାର ଅମଳରେ ଦୁର୍ନୀତି ଓ ବେକାର ଚରମ ସୀମାରେ ପହଞ୍ଚି ଥିବା କହିବା ସହ କଂଗ୍ରେସ ହିଁ ସ୍ୱଚ୍ଛ ଓ ନିର୍ମଳ ଶାସନ ଦେଇ ପାରିବ ବୋଲି କହିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ରେ କର୍ମୀମାନେ ବୁଥ ସ୍ତରରୁ କାର୍ଯ୍ୟ କରିବା ସହ କଂଗ୍ରେସ ର ନିର୍ବାଚନ ଇସ୍ତାହାର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପ୍ରଭାରୀ ଦ୍ବାରିକା ମିଶ୍ର, ଡାବୁଗାଁ ଜୋନ ୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ ୨ ସଭାପତି ବଇଂଶିଧର ମାଝୀ, ବ୍ଲକ କଂଗ୍ରେସ ଉପ ସଭାପତି ଧରମା ନନ୍ଦ ନାୟକ, କୁର୍ଷ ପନକା, ବ୍ଲକ ଯୁବ ସଭାପତି ସଶିଧର ମାଝୀ, ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର, ବାବୁଲି ବାଘ, ବାବି ଜେନା, ବିନୋଦ ସୌରା, ରାମେଶ୍ବର ପାଣିଗ୍ରାହୀ, କେଶବ ରେଲି, ପ୍ରତ୍ୟେକ ପଞ୍ଚାୟତ ରୁ ଆସିଥିବା ସଭାପତି ,ନିର୍ବାଚିତ ସମର୍ଥିତ ସରପଞ୍ଚ ,ସମିତି ସଭ୍ୟ ଓ କର୍ମୀ ମାନେ ଉପସ୍ଥିତ ଥିଲେ।