ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କଂଗ୍ରେସ ପକ୍ଷରୁ ଗୁଣପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ସତ୍ୟଜିତ ଗମାଙ୍ଗ ନାଁ ଘୋଷଣା କରାଯାଇଥିଲା। ଏହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।କିଛି ଦିନ ତଳେ ଗୁଡ଼ାରି ବ୍ଳକ୍ର କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭାସ୍କର ଜାଗରଙ୍ଗୀଙ୍କ ସମର୍ଥକମାନେ ସାଂସଦ ସପ୍ତଗିରିଙ୍କ କୁଶ ପୁରଳିକା ଦାହ କରିଥିଲେ।ସେପରି ଗୁଣପୁର ଉପଖଣ୍ଡରେ ଥିବା ଆସାୟୀ ପାର୍ଥି ଅବିନାଶ ଗମାଙ୍ଗ ଟିକେଟ ପାଇଁଆଜି ତାଙ୍କର କର୍ମି ମାନଙ୍କୁ ଧରି ଏକ ବୈଠକ କରିଥିଲେ।ଏବଂ ସେ କହିଥିଲେ ଜଣେ ଅଣ କଂଗ୍ରେସ ଟିକେଟ ଦେବା ପୂର୍ବରୁ ସମସ୍ତଙ୍କୁ ଧରି ବୈଠକ କରିବା କଥା କହିଥିଲେ।
ସମ୍ପୃକ୍ତ ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ ସତ୍ୟଜିତଙ୍କ ପଛରେ ସାଂସଦ ସପ୍ତଗିରିଙ୍କ ହାତ ରହିଛି।ଦଳରେ ଅନେକ ବରିଷ୍ଠ ଆଶାୟୀ ରହିଛନ୍ତି। ପ୍ରାର୍ଥୀ ଘୋଷଣା ପୂର୍ବରୁ ସମସ୍ତ ଆଶାୟୀଙ୍କ ସହ ଆଲୋଚନା କରାଯାଇପାରିଥାନ୍ତା। ସତ୍ୟଜିତ ଜଣେ ଅଣ କଂଗ୍ରେସ ପ୍ରାର୍ଥୀ। ଏଭଳିସ୍ଥଳେ ଦଳର ପୁରୁଣା ପୁରୁଖାଙ୍କୁ ସ୍ଥାନ ଦିଆଯାଉନି। ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନୂଆ ଚେହେରା ହୋଇଥିବା ବେଳେ ଚାରିଆଡୁ ବିରୋଧ ହେଲେ ଦଳ ପାଇଁ ଆଗକୁ କ୍ଷତି ଘଟିପାରେ ।ଏବଂ ଶେଷରେ ବି କହିଛନ୍ତି ଯଦି ୧୮ତାରିଖ ଭିତରେ ପାର୍ଥିଙ୍କୁ ଚେଞ୍ଜ କରି ନାହାନ୍ତି ତ ଆଗାମୀ ଦିନରେ ୨୦ହଜାର କଂଗ୍ରେସ କର୍ମୀମାନେ ଇସ୍ତଫା ଦେବେ ବୋଲି ଦୃଢ ନିଷ୍ପତି ନେଇଛନ୍ତି।ଏଥି ପ୍ରତି କଂଗ୍ରେସ ର ଏମପି ସପ୍ତଗିରି ଉଲାକା ଓ ସତ୍ୟଜିତ ଗମାଙ୍ଗ ସମ୍ପର୍କନେଇ ରାଜନୈତିକ ମହଲରେ ବିଶେଷଜ୍ଞମାନଙ୍କର ଚର୍ଚ୍ଚାର ବିଷୟ ପାଲଟିଛି।