ବିପକ୍ଷୀଙ୍କୁ ଡୁପ୍ଲିକେଟ ବୋଲି କହିଲେ ଅପରାଜିତା

0

ବିଚାରଧାରା ଆଧାରରେ ବିନମ୍ର ଭାବେ ଏବଂ ସୀମା ଭିତରେ ରହି କଥା ହେବାକୁ ଦେଲେ ଉପଦେଶ

ଭୁବନେଶ୍ୱର –ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ମଧୁବନ ପାର୍କ ରେ ନିଜ ଜନସମ୍ପର୍କ କାର୍ଯ୍ୟକ୍ରମ ସମୟ ରେ ପୁଣି ବିପକ୍ଷୀ ଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା। ବିକାଶ, ଲୋକନୀତି ଓ ଲୋକସେବା ମୋର ପରିଚୟ ବୋଲି ଗଣମାଧ୍ୟମ କୁ କହିବା ସହିତ ବିରୋଧୀଙ୍କ ତାଙ୍କ ପ୍ରତି ଆକ୍ରମଣାତ୍ମକ ଓ ଅପଶଦ୍ଦ ବ୍ୟବାହାର ନେଇ ବିଚାରଧାରା ଆଧାରରେ ସିମାଭିତରେ ରହି ବିନମ୍ର ଭାବରେ ରାଜନୀତି କରିବାକୁ ଆହ୍ବାନ ଦେଇଥିଲେ। ଏଥିସହିତ ତାଙ୍କର କାର୍ଯ୍ୟ ଶୈଳୀ କୁ କପି କରିବା ପରିବର୍ତ୍ତେ ନିଜସ୍ଵ Original idea ରେ କାର୍ଯ୍ୟ କଲେ ଅଧିକ ଗ୍ରହଣୀୟ ହୋଇପାରିବେ ବୋଲି ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଥିବା ବିପକ୍ଷୀ ନେତାଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ।
ସୂଚନାଯୋଗ୍ୟ ଯେ , ତାଙ୍କର କାର୍ଯ୍ୟଶୈଳୀ ହେଉ ଅଥବା ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି ସରକାରଙ୍କୁ ଘେରିବା ରେ ଦକ୍ଷତା ନେଇ ରାଜ୍ୟ ରାଜନୀତିରେ ଅପରାଜିତା ଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ତେବେ ବିଗତ ୫ବର୍ଷ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି ଜଣେ ପ୍ରସାଶିକା ରୁ ରାଜନେତା ଓ ସାଂସଦ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଙ୍କ ଲୋକ ସମ୍ପର୍କ। ଭୁବନେଶ୍ୱର ଭଳି ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ଲୋକ ସମ୍ପର୍କ କୁ ଭିତ୍ତି କରି ବନାଇଥିବା ନିଜର ବିଶାଳ ପରିବାର ବର୍ତ୍ତମାନ ତାଙ୍କର ପୁଞ୍ଜି , ଏବଂ ଏହି ପୁଞ୍ଜି ମାଧ୍ୟମରେ ଚଳିତ ଥରର ନିର୍ବାଚନ ଲୋକେ ତାଙ୍କ ପାଇଁ ଲଢ଼ୁଥିବା ନିଜ ପ୍ରଚାର ସମୟରେ ବାରମ୍ବାର କହିଛନ୍ତି ଅପରାଜିତା।

Leave A Reply

Your email address will not be published.