ଡାବୁଗାଁ ରେ ବିଜେପି ର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ର ୪୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ ରାଜ ଶେଖର ରାଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ ନେତା ଦିବାନ ସିଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପରି ରାଷ୍ଟ୍ର ସେବକ ଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ବିଜେପି ଦଳ ଆଜି ଭାରତ ବର୍ଷରେ ସର୍ବୋଚ୍ଚ ଶିଖରରେ ପହଞ୍ଚି ଥିବା କହିଥିଲେ। ଠିକ୍ ୪୫ ବର୍ଷ ତଳେ ଆଜିର ଦିନରେ ବିଜେପି ଦଳ ଗଠନ ହୋଇଥିବା ବେଳେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ , ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ଓ ବର୍ତ୍ତମାନ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଆଜି ବିଜେପି ବିଶ୍ବର ସର୍ବ ବୃହତ୍ ରାଜ ନୈତିକ ଦଳ ପାଲଟିଛି ବୋଲି କହିଥିଲେ।ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ବିଜେପି ଦଳ ଗଠନ କରାଯାଇଛି ସେ ସମ୍ପର୍କରେ କହିବା ସହ ସମସ୍ତେ ରାଷ୍ଟ୍ର ସେବା ଓ ଦଳ ପାଇଁ କାର୍ଯ୍ୟ କରିବାକୁ ଆଵାନ୍ ଦେଇଥିଲେ। ଏହି ଅବସରରେ ବିଜେଡି ଦଳ ପରିତ୍ୟାଗ କରି ବିଜେପି ରେ ଯୋଗ ଦେଇଥିବା ପାପଡ଼ାହାଣ୍ଡି ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ଭତରା ଙ୍କୁ ଦଳ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭ ଜିତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ,ମନୋରମା ନାୟକ, ୱାଇ ରାଜ ଶେଖର ଦୋରା, ନରେଶ ସିଂ, ପାପୁ ପାତ୍ର, ଜି ସତ୍ୟା ରାଓ, ନଅରୁ ସିଂ, ଭୀମସେନ ଜେନା, ମହେଶ ପାତ୍ର, ରତନ କଲାର, ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ସେହିପରି ବୋରିଗାଁ ମଣ୍ଡଳ ରେ ମଧ୍ୟ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।

Leave A Reply

Your email address will not be published.