ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ : ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ସ୍ଥାନୀୟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ +୩ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ରାଜ୍ୟଉଚ୍ଚଶିକ୍ଷା ବିଭାଗ ନିର୍ଦେଶରେ ଏକ ୨୦ ଦିନିଆ ଆତ୍ମରକ୍ଷା ତାଲିମ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।୨୯/୪ /୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ ଶିବିର ଦୁଇ ସଂଯୋଜିକା ଓଡ଼ିଆ ବିଭାଗର ଅଧ୍ୟାପିକା ସ୍ବପ୍ନେଶ୍ୱରୀ ମୁର୍ମୁ ,ତର୍କଶାସ୍ତ୍ର ବିଭାଗ ଅଧ୍ୟାପିକା ଜୟନ୍ତୀ ସିଂଙ୍କ ତତ୍ୱା ବଧାନରେ ପରିଚାଳିତ ହେବ।ଉକ୍ତ କାର୍ଯ୍ୟକ୍ରମର ଉଦ୍ ଘାଟନୀ ସଭାରେ ଅଧ୍ୟକ୍ଷ ଡ଼ଃ କରଙ୍କ ବ୍ୟତୀତ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ରମେଶଚନ୍ଦ୍ର ବାନରା,ଲେଫ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତ,କ୍ରୀଡା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ ଓ ପଦାର୍ଥବିଜ୍ଞାନ ବିଭାଗ ବରିଷ୍ଠ ସହାୟକ ବିଶ୍ୱନାଥ ମହାନ୍ତ ପ୍ରମୁଖ ମଞ୍ଚାସିନ ଥିଲେ।ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଏହି ସୁଦୂର ପ୍ରସାରୀ ଯୋଜନାକୁ ମୁଖ୍ୟ ଅତିଥି ତଥା ଅଧ୍ୟକ୍ଷ ପ୍ରଶଂସା କରିବା ସହ ଏହା ଶିକ୍ଷାୟତନରେ ଛାତ୍ରୀ ମାନଙ୍କର ଶିକ୍ଷା ସହିତ ଆତ୍ମରକ୍ଷା ମୂଳକ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ମତ ରଖିଥିଲେ।
ଛାତ୍ରୀମାନେ ଦୀର୍ଘ ୨୦ଦିନ ଧରି ଚାଲିବାକୁଥିବା ଏହି ପ୍ରଶିକ୍ଷଣ ଶିବିରର ସୁଯୋଗକୁବିଜ୍ଞାନ,ବାଣିଜ୍ୟ ଓ କଳା ବିଭାଗର ସମସ୍ତ ଛାତ୍ରୀ ସଦ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।ଅଧ୍ୟାପିକା ସ୍ବପ୍ନେଶ୍ୱରୀ ମୁର୍ମୁ ଅତିଥୀମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାଥିଲେ।ପ୍ରଶିକ୍ଷିକା ସୁରେଖା ପ୍ରଧାନଙ୍କ ପ୍ରଶିକ୍ଷଣରେ ଛାତ୍ରୀମାନଙ୍କୁ ଶାରୀରିକ ବ୍ୟାୟାମ, ଯୋଗ,ଜୁମ୍ବୋ,ଏରୋବିକ ଓ ଆତ୍ମରକ୍ଷା କୌଶଳ ଆଦି ଶିକ୍ଷା ଦିଆଯିବ।ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଦୁଇଶହ ରୁ ଉର୍ଦ୍ଧ୍ୱ ଛାତ୍ରୀ ଏଥିରେ ଭାଗ ନେଇଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଗ୍ରୁପରେ ବିଭକ୍ତ କରି ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରା ଯିବାର ବ୍ୟବସ୍ତା କରାଯାଇଛି ବୋଲି ଅଧ୍ୟାପିକା ସ୍ବପ୍ନେଶ୍ୱରୀ ମୁର୍ମୁ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଜୟନ୍ତି ସିଂ ଧନ୍ୟବାଦ ଅର୍ପଣ କରିଥିଲେ।