ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଆଜି ଏପ୍ରିଲ୍ ୪ ତାରିଖ ଗୁରୁବାର ୨୦୨୪ ରେ ଭଞ୍ଜନଗର ଖାଲାସିସାହି ସ୍ଥିତ ଶିଶୁ ଉଦ୍ୟାନ ନିକଟସ୍ଥ ନିଜ ବାସଭବନରେ ସ୍ଵାମୀ ପି.ରାଜଗୋପାଲ୍ ରାଓ ଙ୍କ ବାର୍ଦ୍ଧକ୍ୟ ଦେହାନ୍ତ ର ଅନ୍ତିମ ସଂସ୍କାରର କେଇ ଘଣ୍ଟା ମଧ୍ୟରେ ସ୍ତ୍ରୀ ପି. ରାମ୍ ଵାଈ ରାଓ ମଧ୍ୟ ଇହଧାମ ତ୍ୟାଗ କରିଛନ୍ତି। ଫଳରେ ଗୋଟିଏ ସ୍ମଶାନ ରେ ଏକାଠି ଜଳିଛି ଦୁଇଟି ଯୁଇ।
ଆଜି ଦେହାନ୍ତ ହୋଇଥିବା ପି.ରାଜଗୋପାଲ୍ ରାଓ ବୟସ ପ୍ରାୟ ୯୬ ହେବ ଓ ସ୍ତ୍ରୀ ପି.ରାମବାଈ ରାଓ ପ୍ରାୟ ୮୫ ବର୍ଷ ବୟସ ହେବ। ଖବର ମୁତାବକ ଗୋପାଳ ଓ ରାମବାଈ ରାଓ ଙ୍କ ତିନି ପୁଅ ମଧ୍ୟରୁ ବଡ଼ ପୁଅ ର ମଝିଆ ପୁଅ ପି.ହେମନ୍ତ କୁମାର ରାଓ (ସୁଧା) କୁ ଦତ୍ତ ପୁତ୍ର ଭାବରେ ପାଖରେ ରଖି ସେମାନଙ୍କ ଦ୍ଵାରା ସେବା ସୁଶୃସା ପାଉଥିଲେ। ଏହା ମଧ୍ୟରେ ନାତି ର ବିବାହ ପରେ ଦୁହେଁ ନାତି ଓ ନାତୁଣୀ ବୋହୂ ଉଭୟ ଜେଜେ ବାପା ଓ ଜେଜେ ମାଁ ଙ୍କୁ ସେବାକରି ଆସୁଥିଲେ। ଏବଂ ସାହିର ଜନସାଧାରଣ ମଧ୍ୟ କେତେକାଂଶରେ ସାହାଯ୍ୟ କରୁଥିଲେ। ଗୋପାଳ ଓ ରାମବାଈ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ଥିଲେ। କିନ୍ତୁ ବିଗତ ୩ ମାସ ହେବ ଶଯ୍ୟା ସାୟୀ ଥିଲେ। ଯାହା ଫଳରେ ରାଜଗୋପାଲ୍ ଙ୍କ ଦେହାନ୍ତ ହୋଇ ସାହି ବାସିନ୍ଦା ଙ୍କ ଦ୍ଵାରା ଅନ୍ତିମ ସଂସ୍କାରର କେଇ ଘଣ୍ଟା ପରେ ସ୍ତ୍ରୀ ରାମବାଈ ରାଓ ମଧ୍ୟ ଆଖି ବୁଜି ଦେଇଛନ୍ତି। ତେଣୁ ସାହି ବାସିନ୍ଦା ଙ୍କ କହିବା କଥା ଏପରି ମରଣ ଭାଗ୍ୟରେ ଥିଲେ ମିଳେ। ଦୁହିଁଙ୍କ ସ୍ନେହଁ ପ୍ରେମ ଓ ସାତ ଜନ୍ମର ଅତୁଟ ସଂକଳ୍ପ ଯୋଗୁଁ ଦୁହେଁ ଜଣେ ଅନ୍ୟ ଜଣକୁ ଡ଼ାକି ଆରପାରିକୁ ଚାଲିଗଲେ। ସାହି ବାସିନ୍ଦା ବର୍ଷିୟାନ୍, ମେଳାପି, ସହଯୋଗି ବ୍ୟକ୍ତିବିଶେଷ ଙ୍କୁ ହରାଇ ଗଭିର ଦୁଃଖ ପ୍ରକାଶ କରିଛନ୍ତି।