ରାଜଧାନୀରେ ପାରଦ ଉପର ମୁହାଁ : ରୁଦ୍ର ଆରମ୍ଭ କଲେ “ଭ୍ରାମ୍ୟମାଣ ଜଳଛତ୍ର”

0

ନିର୍ବାଚନୀ ବାତାବରଣରେ ସମାଜସେବା ଭୁଲି ନାହାନ୍ତି ରୁଦ୍ର ସାମନ୍ତରାୟ

ଭୁବନେଶ୍ୱର : ରାଜଧାନୀରେ ଦେଖାଦେଲାଣି ଭିଷଣ ଖରା। ଦିନ ୧୧ଟା ନହେଉଣୁ ତାପମାତ୍ରା ୩୫ ଡିଗ୍ରୀ ଛୁଇଁ ଯାଉଛି। ହେଲେ ନିର୍ବାଚନୀ ବାତାବରଣରେ ଭୁଲି ନାହାନ୍ତି ସମାଜସେବା ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ।ଏହି ପ୍ରଚଣ୍ଡ ଖରା ସମୟରେ ସହରବାସୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଆରମ୍ଭ କରିଛନ୍ତି “ଭ୍ରାମ୍ୟମାଣ ଜଳଛତ୍ର”। ଏହି ଜଳଛତ୍ରଟି ଆଜି ଜୟଦେବ ଭବନ ଠାରେ ଉଦ୍ଘାଟିତ ହୋଇଛି ଏବଂ ଦିନ ସମୟରେ ଏହା ସହରର ବିଭିନ୍ନ ଅଞ୍ଚଳରେ ବୁଲି ଲୋକମାନଙ୍କୁ ଜଳ ସେବା ଯୋଗାଇଦେବ ବୋଲି ସୂଚନା ମିଳିଛି। ଦିନବେଳା ଭୁବନେଶ୍ୱରର ରାଜରାସ୍ତାରେ କାର୍ଯ୍ୟରତ ପୁଲିସ ତଥା ଟ୍ରାଫିକ କର୍ମଚାରୀ, ବିଭିନ୍ନ ବୁଲା ବ୍ୟବସାୟୀ ଓ ଦିନ ମଜୁରିଆ ଙ୍କ ଠୁ ଆରମ୍ଭ କରି ସ୍କୁଲ କଲେଜର ଛାତ୍ରଛାତ୍ରୀ, ସାଧାରଣ ଜନତା ଓ ପଶୁପକ୍ଷୀ ମାନଙ୍କ କ୍ଷୁଧା ମେଣ୍ଟାଇବା ହେଉଛି ଏହି ଭ୍ରାମ୍ୟମାଣ ଜଳଛତ୍ରର ମୂଳଲକ୍ଷ୍ୟ। ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହେବ ବୋଲି ଦେଖଣାହାରୀ ମାନେ କହିଥିଲେ ଓ ଖୁବ ପ୍ରସଂଶା ମଧ୍ୟ କରିଥିଲେ।
ଉଦଘାଟନ ସମୟରେ ଶ୍ରୀ ରୁଦ୍ର ସାମନ୍ତରାୟ ଓ ତାଙ୍କର ସହଯୋଗୀ ମାନେ ଉପସ୍ଥିତ ରହି ଦହିପାଣି ପ୍ରସ୍ତୁତ କରି ଉପସ୍ଥିତ ଲୋକମାନଙ୍କୁ ବଣ୍ଟନ କରିଥିଲେ। ଅତ୍ୟନ୍ତ ଜରୁରୀ କାମ ନଥିଲେ ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ ଦେବା ସହ ବାହାରକୁ ବାହାରିଲେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଯେଉଁ ପ୍ରସ୍ତୁତିର ଆବଶ୍ୟକତା ଥାଏ ତାହା ବର୍ଣ୍ଣନା କରି ସହରବାସୀଙ୍କୁ ସଚେତନ କରିଥିଲେ ଶ୍ରୀ ସାମନ୍ତରାୟ।

Leave A Reply

Your email address will not be published.