ବିଜେପି ରୁ ଗୋବର୍ଦ୍ଧନ ଭୁଏ ଓ କଂଗ୍ରେସରୁ ଟିଙ୍କଧର ସାହୁଙ୍କୁ ଦଳୀୟ ଟିକେଟ
ବରଗଡ :- ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି ବରଗଡ଼ ଜିଲ୍ଲାର ପାଞ୍ଚ ଓ ଝାରସୁଗଡ଼ା ଜିଲ୍ଲାର ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ମୁଖ୍ୟତଃ ଗତ ୨୦୧୯ ସାଧାରଣ ନିର୍ବାଚନ ପରେ ବରଗଡ଼ ଲୋକସଭା ଅନ୍ତର୍ଗତ ଅଧିକାଂଶ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନୈତିକ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲା । ପ୍ରଥମେ ବିଜେପୁର ଉପନିର୍ବାଚନ ପରେ ସ୍ବର୍ଗତ କିଶୋର ମହାନ୍ତିଙ୍କ ବିୟୋଗ ପରେ ବ୍ରଜରାନଗର ର ଉପନିର୍ବାଚନ , ଏହା ପରେ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ସ୍ଵର୍ଗାରୋହଣ ପରେ ପଦ୍ମପୁର ଓ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ପରେ ଝାରସୁୁଡ଼ା ଉପନିର୍ବାଚନ, ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଜାତୀୟ ସ୍ତରରେ ରାଜନୈତିକ ଆଲୋଚନା ଭିତରକୁ ଟାଣି ନେଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ , ଉପରୋକ୍ତ ଚାରିଗୋଟି ଉପନିର୍ବାଚନ ରେ ବିଜେଡ଼ି କୁ ପ୍ରଚୁର ଜନ ସମର୍ଥନ ପ୍ରାପ୍ତ ହୋଇଥିବା ବେଳେ ଲୋକେ ବିରୋଧୀଙ୍କୁ ସିଧା ସିଧା ପ୍ରତ୍ୟାଖ୍ୟାନ କରିଥିଲେ । ୨୦୨୨ ର ଶେଷ ପର୍ଯ୍ୟାୟରେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ବିଧାନସଭା ଉପନିର୍ବାଚନ , ବିଜେଡ଼ି ର ସଫଳ ରଣନୀତି ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କୁ ରେକର୍ଡ ଭୋଟ ରେ ବିଜୟୀ କରାଇବାରେ ସଫଳ ହୋଇ ପାରିଥିଲା । ପଦ୍ମପୁର ବାସୀଙ୍କ ଆଶିର୍ବାଦରେ ଉପନିର୍ବାଚନରେ ବିଜୟୀ ହେବା ପରେ ବିଧାୟିକା ବର୍ଷା କ୍ରମାଗତ ଭାବରେ ନିଜର ନିର୍ବାଚନ ମଣ୍ଡଳୀ ର ଗାଁ କୁ ଗାଁ ବୁଲି ବୁଲି ଅଞ୍ଚଳ ର ବିକାଶ ପ୍ରତି ଦୃଷ୍ଟି ଦେବା ସହିତ ନିଜର ଲୋକ ସମ୍ପର୍କ କୁ ମଜଭୁତ କରିବାରେ ସଫଳତା ହାସଲ କରି ପାରିଛନ୍ତି । ଆଜି ନିଜ ପରିଶ୍ରମ ତାଙ୍କୁ ଲୋକପ୍ରିୟ କରାଇ ପାରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତମାନ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ବିଜେପି ଗତ କାଲି ଗୋବର୍ଦ୍ଧନ ଭୁଏଙ୍କୁ ଓ କଂଗ୍ରେସ ଟଙ୍କଧର ସାହୁ ଙ୍କୁ ନିଜ ଦଳୀୟ ପ୍ରାର୍ଥୀ ଭାବରେ ଘୋଷଣା କରିଛି ।
ଚଳିତ ସାଧାରଣ ନିର୍ବାଚନ ରେ ବିଜେପି , ଆଦିବାସୀ ଭୋଟର ବହୁଳ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଗୋବର୍ଦ୍ଧନ ଭୁଏ ଙ୍କୁ ପ୍ରାର୍ଥୀ ଜରାଇ ଯଦିଓ ଆଦିବାସୀ କାର୍ଡ ଖେଳିବାର ପ୍ରୟାସ କରିଛି | ହେଲେ ଆଦିବାସୀ ଭିତର ହୁଅନ୍ତୁ ବା ସାଧାରଣ ଭୋଟର , ଯୁବ ସମାଜ ହୁଅନ୍ତୁ ବା ସଚେତନ ନାଗରିକ , ତୃଣମୂଳ ସ୍ତରରେ ବର୍ଷଙ୍କର ଗରାଜନୀୟତା ଯଥେଷ୍ଟ ଅଧିକ ରହିଛି ଏଥିରେ ସନ୍ଦେହ ନାହିଁ । ଅନ୍ୟ ପଟେ ଗତ ରାତିରୁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାବରେ ଚର୍ଚା ହେଉଛି ଯେ ପଦ୍ମପୁର ରେ ବିଧାନସଭା ଲଢେଇ ଏକତରଫା ବା ଦ୍ଵିତୀୟ ସ୍ଥାନ ପାଇଁ ହେବାକୁ ଯାଉଛି । ବିଗତ ଏକ ବର୍ଷ ର ପରିଶ୍ରମ , ଲୋକ ସମ୍ପର୍କ ଓ ବିକାଶ ମୂଳକ କାର୍ଯ୍ୟ କୁ ଦେଖିଲେ ପୁଣିଥରେ ବିଜେଡ଼ି ବର୍ଷା ଙ୍କୁ ସୁଯୋଗ ପ୍ରଦାନ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ଓ ବର୍ଷା ଙ୍କ ବିଜୟ ସୁନିଶ୍ଚିତ ବୋଲି ପଦ୍ମପୁର ବିଜୁ ଜନତା ଦଳର ବରିଷ୍ଠ ଓ ଯୁବ ନେତା ମାନେ ବିଶ୍ୱାସ ପ୍ରକଟ କରିଛନ୍ତି ।