ଉତ୍କଳସେନl ପକ୍ଷ ରୁ ଉତ୍କଳଦିବସ ପାଳନ

0

 ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଲିପଲୋଇ ସମଲେଶ୍ୱରୀ ମନ୍ଦିର ପ୍ରlଙ୍ଗଣ ଠାରେ ଉତ୍କଳସେନା ପକ୍ଷ ରୁ ଉତ୍କଲ ଦିବସ ପାଳନ କରାଗଲା l କମିଟି ସଭାପତି ପଦ୍ମନାଭ ସାମଲ ଏବଂଶ୍ରୀ ସୁରେଶ ବାରିକ ବିଗତ ବର୍ଷ ରୁ ଏହି ବର୍ଷ ଖୁବ ସୁନ୍ଦର ଭାବରେ ପାଳନ କରିବାକୁ ପ୍ରୟାସ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଡାଲମିଆ ଭାରତ ସିମେଣ୍ଟ ଇଡି ଶ୍ରୀ ଚେତନ ଶ୍ରୀବାସ୍ତାବ ନୀଳାଦ୍ରି ପାଢ଼ୀ ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ରହିଥିବା ବେଳେ ଅନ୍ୟତମ ଅତିଥି ରୂପେ ଉମାକାନ୍ତ ପଣ୍ଡା, ମୁନିସିପାଲିଟି ଉପ ନଗରପାଳ ଏମଡି ଇରଫାନ ବିଜେଡି ନେତା ତଥା ରାଜଗାଙ୍ଗପୁର ବିକାଶ ପରିଷଦ ଅଧକ୍ଷ ସୁନୀଲ ଅଗ୍ର୍ରୱାଲ ଉପସ୍ଥିତ ଥିଲେ, ମୁଖ୍ୟ ବକ୍ତା ଶ୍ରୀ ଆଖିଲ ବିଶ୍ୱାଳ ରହିଥିଲେ l l ପ୍ରଥମେ ବନ୍ଦେଉତ୍କଳ ଜନନୀ ଗାନ, ପ୍ରଭୁ ଜଗନାଥ ସଭାଯାତ୍ରା, ବରପୂତ୍ର ଙ୍କୁ ମାଲ୍ୟାର୍ପଣ, ଏବଂ ସନ୍ଦ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ମାନପତ୍ର ଅତିଥି ଙ୍କ ଦ୍ୱାରା ବିତରଣ କରାଗଲା l ଶେଷରେ କବି ନିଶିକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.