କଣ୍ଢେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅସୁସ୍ଥ ହୋଇ ହସପିଟାଲ ରେ ଭର୍ତି ହୋଇଛନ୍ତି | ଆଜି ତାଙ୍କୁ କିମସ ପଠାଯାଇଛି | ସାଥିରେ କେବଳ ବିଧବା ପୁତ୍ରବଧୂ ଓ ନାତି ଯାଇଛନ୍ତି | ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ ବିଭିନ୍ନ ମହଲରେ ଦାବି ହେଉଛି. |
ସର୍ବତ୍ର ନନ୍ଦୁ ଭାବରେ ପରିଚିତ ଶ୍ରୀ ମାଗୁଣୀ କୁଅଁର କାଠି କଣ୍ଢେଇନୃତ୍ୟ କଳା କୁ ନିଜସ୍ଵ ବୁଦ୍ଧି ବଳରେ ବିକଶିତ କରି ସମଗ୍ର ଭାରତ ରେ ଏକ ସ୍ବତନ୍ତ୍ର ସ୍ଥାନ ପାଇପାରିଛନ୍ତି | ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ପଦ୍ମଶ୍ରୀ ସମ୍ମାନ ବ୍ୟତିରକେ ଆହୁରି ଅନେକ ସମ୍ମାନରେ ସମ୍ମାନିତ | ଏହି କଳାକାର କିଛିବର୍ଷ ପୂର୍ବେ ନିଜ ଧର୍ମପତ୍ନୀ ଓ କନିଷ୍ଠ ପୁତ୍ର ଙ୍କ ଅକାଳ ବିୟୋଗ ପରେ ଗତ ମାସ ରେ ନିଜ ର ଜ୍ୟେଷ୍ଠ ପୁତ୍ର ଙ୍କୁ ଅକାଳ ରେ ହରାଇ ଏକପ୍ରକାର ଅସହାୟ ହୋଇ ପଡିଛନ୍ତି | ଅ ଣାନବେ ବର୍ଷ ବୟସ୍କ ନନ୍ଦୁ ଙ୍କ ବଞ୍ଚିବାର ଭରସା କେବଳ ରାଜ୍ୟ ସରକାର ଙ୍କ ଠାରୁ ମିଳୁଥିବା ପଦ୍ମଶ୍ରୀ ଭତ୍ତା | ଆଉ ଏକମାତ୍ର ନାତି ଓ ସଦ୍ୟ ବିଧବା ବୋହୂ, ରହିବାକୁ ଭଲ ଘର ଖଣ୍ଡେ ମଧ୍ୟ ନାହିଁ | ସେଇ ପୁରୁଣା ଟାଇଲ ଛପର ଘରେ ଜୀବନ ବିତାଉଥିବା ନନ୍ଦୁ ଙ୍କୁ ତୁରନ୍ତ ସହାୟତା ଜରୁରୀ ହୋଇପଡ଼ିଛି | ନାତିକୁ କୌଣସି ସ୍ଥାନ ରେ କର୍ମସଂସ୍ଥାନ ଟିଏ ମିଳିଗଲେ ପଦ୍ମଶ୍ରୀ ଙ୍କ ପରିବାର ଏକ ବିରାଟ ଦୁର୍ଦ୍ଦଶା ରୁ ମୁକ୍ତି ପାଇଯାନ୍ତେ