ତେନ୍ତୁଳିଖୁଣ୍ଟି/କୃପା ନିଧି ରାଉତ (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଂଚାୟତ ର ତିନି ଜଣ ହିତାଧିକାରୀ ଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ଦିଗିସଦର ପଂଚାୟତ ର ଚଞ୍ଚଳା ଭତ୍ରା 54 ପିତା ବଳରାମ ଭତ୍ରା ଦୀର୍ଘ 13 ମାସ ହେବ ଭତ୍ତା ରୁ ବଞ୍ଚିତ ଅଛନ୍ତି । ସେହିଭଳି ବଡାକୁପୂଲି ଗ୍ରାମ ର ବାରୁ ମୁଦୁଲି ବୟସ 75 ଦୀର୍ଘ 13 ମାସ ଏବଂ ଉକ୍ତ ଗ୍ରାମ ର 64 ବର୍ଷୀୟ ବୃଦ୍ଧା ଧନାଏ ମୁଦୁଲି 12 ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ ହେଉଛି । ସରକାର ବିଧବା ତଥା ବୃଦ୍ଧ ବୃଦ୍ଧା ଙ୍କ ସମେତ ଭିନ୍ନକ୍ଷମ ଙ୍କ ପାଇଁ ମାସିକ ଭତ୍ତା ବ୍ୟବସ୍ଥା କରି ସେମାନଙ୍କ ଚଳଣି ରେ ସହଯୋଗ କରୁଛନ୍ତି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଯୋଜନା କୁ ତୃଣମୂଳ ସ୍ଥର ରେ ପହଞ୍ଚାଇବା ରେ କେଉଁଠି ନା କେଉଁଠି ବିଫଳ ହେଉଥିବା ଅନୁମାନ କରାଯାଉଛି । ସରକାର ହିତାଧିକାରୀ ଙ୍କୁ ଭତା ପ୍ରଦାନ କରୁଛନ୍ତି । କିନ୍ତୁ ବିଡମ୍ବନା ବିଷୟ ଏହି ତିନି ହିତାଧିକାରୀ ସେହି ଭତ୍ତା ଟିକକ ପାଇଁ ସରକାରୀ ବାବୁଙ୍କ ନିକଟ କୁ ଯାଇ ଯାଇ ନୟାନ୍ତ ହେଲେ ସୁଦ୍ଧା କେହି ଶୁଣୁନଥିବା କହିବା ସହ ଭତ୍ତା ପାଇଁ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବା ପାଇଁ ସ୍ଥିର କରିଛନ୍ତି ।ଏନେଇ ଦିଗି ସରପଞ୍ଚ କିଶୋର ନାୟକ ଗୋଷ୍ଟି ଉନୟନ ଅଧିକାରୀ ଙ୍କୁ ଜଣାଇବା ସହ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ନିବେଦନ କରିଥିଲେ ।ଗୋଷ୍ଠୀ ଉନୟନ ଅଧିକାରୀ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଥାପି କିଛି ସୁଫଳ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀ ନାୟକ । ସରକାର ଏଥିପ୍ରତି ଦୃଷ୍ଟି ଦେଇ ହିତାଧିକାରୀ ଙ୍କୁ ସଠିକ ସମୟରେ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି । ଏନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ ନଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହି ।
Sign in
Sign in
Recover your password.
A password will be e-mailed to you.