ଗୋପବନ୍ଧୁଙ୍କ ଜନ୍ମପୀଠରେ ପାଣ୍ଡିଆନ

0 1
  •  ସୁଆଣ୍ଡୋରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

  •  ଉପସ୍ଥିତ ଥିଲେ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର:ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତିର ପୂଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି ଆମ ଓଡ଼ିଶା ଓ ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚିଲା ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଯେଉଁମହାନ ଯୁଗପୁରୁଷମାନଙ୍କତ୍ୟାଗ ଓ ତିତିକ୍ଷା ଫଳରେ ଆଜି ଦିନରେ ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି ମହାମନିଷୀମାନଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସେହି ମହାନ ଯୁଗ ପୁରୁଷମାନେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଜାତିକୁ ପ୍ରେରଣା ଦେଉଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ମତ ପ୍ରକାଶ କରିଥଲେ । ସୁଆଣ୍ଡୋରୁ ଫେରିବା ବାଟରେ ଶ୍ରୀ ପାଣ୍ଡିଆନ୍ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଅଭିଳଷିତ ଓଡ଼ିଶା ଗଠନର ସଂକଳ୍ପ ପୂଜ୍ୟପୂଜା ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନବଜାଗରଣ ପାଇଁ ପଣ୍ଡିତଗୋପବନ୍ଧୁ ଦାସଙ୍କରଜନ୍ମ ଓ କର୍ମଭୂମି ସୁଆଣ୍ଡୋର ବିକାଶ ପାଇଁରାଜ୍ୟ ସରକାର ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏ ଜାତି ପ୍ରତିସମର୍ପଣ ଓ ଅସିମ ତ୍ୟାଗକୁ ଆମର ଉତ୍ତର ପୀଢ଼ି ପାଖରେ ପହଞ୍ଚାଇବା ପାଇଁ ସୁଆଣ୍ଡୋ ଗ୍ରାମର ସାମଗ୍ରିକ ବିକାଶ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରର ସଂରକ୍ଷଣ, ଜୀବନ ବୃତ୍ତାନ୍ତକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରତିପାଦିତ କରାଯାଇ ପାରିଛି । ଶ୍ରୀ ପାଣ୍ଡିଆନ୍ତାଙ୍କ ଗସ୍ତ ସମୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଣନାତି ଶ୍ରୀଯୁକ୍ତ ଧିରେନ୍ଦ୍ର ନାଥ ଦାସ ଓ ରବିନ୍ଦ୍ରନାଥ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସୁଆଣ୍ଡୋ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଗସ୍ତ ସମୟରେ ରାଜ୍ୟ ଯୋଜନାବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ସୁଆଣ୍ଡୋ ଗ୍ରାମରେ ପ୍ରଭୁ ଲୋକେଶ୍ୱରଙ୍କ ମନ୍ଦିରବେଢ଼ାରେ ରୋଷଘର, ବଳପୁରଠାରେ ପ୍ରଭୁ ବାବା ବାଲୁଙ୍କେଶ୍ୱର ପୀଠର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୫ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ।
ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହେବାର ଆଜି ଏହି ପୂଣ୍ୟତିଥିରେ ମହାନ ଯୁଗ ପୁରୁଷମାନଙ୍କ ପ୍ରତିଶ୍ରୀ ଦାସବର୍ମା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜିର ଯୁବ ପୀଢି ସେହି ମହାନ ସମାଜସଂସ୍କାରକ ମାନଙ୍କ ପ୍ରଦର୍ଶିତ ମାର୍ଗରେ ପ୍ରେରିତ ହେବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ଗସ୍ତ ସମୟରେ ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ବରିଷ୍ଠ ନେତୃତ୍ୱ ପ୍ରମୋଦ ରାଉତରାୟ, ଦେବାଶିଷ ରାୟ, ସତ୍ୟବାଦୀ ଆତ୍ମା କମିଟିର ଅଧ୍ୟକ୍ଷ ମହମ୍ମଦ ଜିକିରିୟା, ସ୍ଥାନୀୟ ବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚ ଦୁଃଶାସନ ପ୍ରଧାନ, ସମିତିସଭ୍ୟ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଅଞ୍ଚଳବାସୀଙ୍କ ତରଫରୁ ଶ୍ରୀ ପାଣ୍ଡିଆନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.