୮୯ ତମ ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ

0

ରାୟଗଡ : ୮୯ ତମ ଉତ୍କଳ ଦିବସ ଉପଲକ୍ଷେ ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଟ୍ରଷ୍ଟର କାର୍ଯ୍ୟାଳୟ କକ୍ଷରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା l ସାଇପ୍ରିୟା ନଗରରେ ବାସ କରୁଥିବା ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଉକ୍ତ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ସାଇପ୍ରିୟା ୱେଲଫର ଟ୍ରଷ୍ଟ ପ୍ରତିବର୍ଷ ଉତ୍କଳ ଦିବସ ଦିନ ଉତ୍କଳୀୟ ମନୋଭାବ ସମସ୍ତଙ୍କ ମନ ଭିତରେ ଜାଗୃତ କରିବା ଲକ୍ଷରେ ଏଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାଏ l ଏହି ପ୍ରତିଯୋଗିତାର ବିଷୟ ବସ୍ତୁ ଥିଲା “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶରେ ମଧୁବାବୁଙ୍କ ଭୂମିକା” l ଉକ୍ତ ବକ୍ତୃତା ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ର ଶୁଭମ ଦେହୁରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀ ପ୍ରତ୍ୟୁଷା ରାଉତ ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି ଓ ନବମ ଶ୍ରେଣୀ ଛାତ୍ରୀ ଦିପ୍ତିମୟୀ ସାହୁ ତୃତୀୟ ସ୍ଥାନ କରିଛନ୍ତି l ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଓ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗିତାଙ୍କୁ ସଂମ୍ମାନିତ ଅତିଥିଙ୍କ ମାନପତ୍ର, ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ଓ ସିଲଡ଼ ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗିତାରେ ସମାଜସେବୀ ତଥା ଆଇନଜୀବୀ ଶ୍ରୀମତୀ ମୀନା କୁମାରୀ ରଥ ଓ ଆଇନଜୀବୀ ସ୍ୱପ୍ନା କୁମାରୀ ରଥ ବିଚାରକ ଭାବେ ଯୋଗ ଦେଇଥିଲେ l ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭ୍ୟା ଶ୍ରୀମତୀ ମହାଶ୍ଵେତା ପାଣିଗ୍ରାହୀ ଉକ୍ତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ l ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ସଭ୍ୟା ଶ୍ରୀମତୀ ଗୀତାରାଣୀ ମିଶ୍ର, ଶ୍ରୀମତୀ ରଶ୍ମୀ ପଣ୍ଡା, ସଭ୍ୟ ଶ୍ରୀ ସନ୍ତୋଷ କୁମାର ପଣ୍ଡା, ଶ୍ରୀ ଲଷ୍ମୀନାରାୟଣ ପାଢ଼ୀ, ଶ୍ରୀ ସନ୍ୟାସୀ ପାଣିଗ୍ରାହୀ, ଶ୍ରୀ ମୋହନ ସାହୁ, ଓ ଶ୍ରୀ ମନୋଜ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.