ଓମ୍ କାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ହରି ସଂକୀର୍ତ୍ତନ ନାମ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ।

0

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:: ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଗୋଲାପ ମଣି ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଓମ୍ କାର ମନ୍ଦିର ମଠ ପ୍ରାଙ୍ଗଣରେ ମନ୍ଦିର ଟ୍ରଷ୍ଟ ଉଦ୍ୟମରେ ହରି ସଂକୀର୍ତ୍ତନ ନାମଯଜ୍ଞମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଅବସରରେ ମୃଦଙ୍ଗ ବାଦନ ସହିତ ଠାକୁର ବିଜେ କରିବା ପରେ ଗନ୍ଧାଧିବାସ କାର୍ଯ୍ୟକ୍ରମ କରାଯାଇ ପ୍ରଭୁ ଶ୍ରୀ ହରି ଙ୍କ ଅଖଣ୍ଡ ହରିନାମ ସଂକୀର୍ତ୍ତନ ଓ ଦଧି ମହୋତ୍ସବ କରାଯାଇଥିଲା। ସଂକୀର୍ତ୍ତନ ନାମଯଜ୍ଞ ରେ ଆଖପାଖ ଅଞ୍ଚଳ ଯଥା ଏକଡାଳି, ମୁରୁଣିଆଁ ,ମାଙ୍କଡି ଏବଂ ସରଗଡ଼ା ପୁଆଣି ଗ୍ରାମର ପୃଥକ ପୃଥକ ଚାରୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନିତାଇ ଗୌର ରାଧେଶ୍ୟାମ , ହରେ କୃଷ୍ଣ ହରେ ରାମ, ନାମ ସଙ୍କୀର୍ତ୍ତନ କରିଥିଲେ ଏବଂ ପରିଶେଷରେ ନଗର ଭ୍ରମଣ କରି ଦଧି ମହୋତ୍ସବ କରାଯାଇ ନାମ ଯଜ୍ଞ ଉଦଯାପନ କରାଯାଇଥିଲା । ହରିନାମ ସଙ୍କୀର୍ତ୍ତନ ଶ୍ରବଣ କରିବାକୁ ଆଖପାଖ ଅଞ୍ଚଳର ବହୁ ଭକ୍ତ ,ଶ୍ରଦ୍ଧାଳୁ ଏହି ସଙ୍କୀର୍ତ୍ତନ ମଣ୍ଡପ ରେ ଉପସ୍ଥିତ ହୋଇଥିଲେ ।
ସମାରୋହରେ ଟ୍ରଷ୍ଟ ର ସଭାପତି ସୁମନ୍ତ ଘୋଷ, ଉପସଭାପତି ସୁବୋଧ ବିନ୍ଧାଣୀ ,କୋଷାଧ୍ୟକ୍ଷ ମୋହିତ କୁମାର ମଣ୍ଡଳ ଏବଂ ସଭ୍ୟ ଶ୍ରୀ କାମେଶ୍ୱର ପଲେଇ, ପତିତପାବନ ଘୋଷ,ମୁନା ଗୋସ୍ୱାମୀ,ଭବାନୀ ଶଙ୍କର ପଲେଇ (ବାବାଜୀ), କାଜଲ କରଣ, କନ୍ଦ ପଲେଇ, ବିଜୟ ଗିରି , ଆଶା ଘୋଷ ଓ ସୁରୁଚି ମଣ୍ଡଳ ପ୍ରମୁଖ ବିଶେଷ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଅନ୍ୟ ସମସ୍ତ ସଭ୍ୟ ଓ ସଭ୍ୟା ମାନେ ଏଥିରେ ସହଯୋଗ କରିଥିଲେ। 

Leave A Reply

Your email address will not be published.