୫ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଜୁଦାଶ୍ ଶବର (୧୧)। ପରିତ୍ୟକ୍ତ ଅବସ୍ଥାରେ ଥିବା ହଷ୍ଟେଲ ଗୃହ ପରିସରେ ବେକରେ ଗାମୁଛା ଦେଇ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିବା ଆଜି ସ୍କୁଲ କତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଏନେଇ ପୁଟାସିଂ ଥାନା ଅଧିକାରୀ ଭବାନୀ ମୁଦୁଲି ଖବର ପାଇ ଘଟଣା ସ୍ଥଳେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ମଧ୍ୟ ସ୍କୁଲ ରେ ପହଁଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ଘଟିଛି ସେନେଇ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ ପହଂଚିବା ପରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଛାତ୍ରଙ୍କ ଶବ ଉଦ୍ଧାର କରାଯିବ ବୋଲି ଜଣାପଡିଛି। ମୃତ ଛାତ୍ରଙ୍କ ନିଜ ଘର ସେହି ପଂଚାୟତର ସର୍ଗିଆସିଂ ଗ୍ରାମହୋଇଥିବା ବେଳେ ବାପା ପ୍ରଦୀପ ଶବର ଙ୍କ ସମେତ ପରିବର୍ଗ ଉପସ୍ଥିତ ଅଛନ୍ତି।

 

Leave A Reply

Your email address will not be published.