“ଅଂଶିତ”ର ଶୁଭ ଅନ୍ନପ୍ରସନ୍ନ ଅବସରରେ ରକ୍ତଦାନ ଶିବିର

0

ବିଜେପୁର : ବିଜେପୁର ବ୍ଲକ୍ ଅନ୍ତର୍ଗତ ଖରମୁଣ୍ଡା ଠାରେ ଖରମୁଣ୍ଡା ପଞ୍ଚାୟତ ର ସରପଞ୍ଚ ମନୋଜ ପଧାନଙ୍କ ପୁତ୍ର ଅଂଶିତ୍ ର ଶୁଭ ଅନ୍ନପ୍ରସନ୍ନ ଅବସରରେ ବରଗଡ ର ସ୍ବେଛାସେବୀ ଅନୁଷ୍ଠାନ “ନିଷ୍ଠା ପରିବାର” ସହଯୋଗରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଜେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ମୋତିରାମ ସାହୁ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସୁଦାମ ଚରଣ ସାହୁ , ସମିତି ସଭ୍ୟ ସଂଜିତ୍ ଗଡ଼ତିଆ, ନିଷ୍ଠା ପରିବାରର ଅଶ୍ୱିନୀ ତ୍ରିପାଠୀ, ଡ଼l ସୁଦାମ ସାହୁ ଯୋଗ ଦାନକରି ରକ୍ତଦାତା ଙ୍କୁ ଉତ୍ସାହିତ ଥିଲେ l

ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ସର୍ବମୋଟ ୨୦ ୟୁନିଟ୍ ରକ୍ତ ଦାତା ରକ୍ତଦାନ କରିଥିଲେ l ସମାଜସେବୀ ରଶ୍ମିତା ମେହେର, ପ୍ରମୋଦ ପଧାନ, ଅକ୍ଷୟ ରଣା, ମହାଦେବ ରଥ, ପ୍ରଦୀପ ସେଠ୍ ଓ ଗ୍ରାମର ଯୁବକ ବୃନ୍ଦ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ l

Leave A Reply

Your email address will not be published.