ଭୁବନେଶ୍ୱର : ଅନେକ ଦିନୁ ଚର୍ଚା ହେଉଥିଲା, ହେଲେ ଶେଷରେ ଚର୍ଚାକୁ ସତ ପ୍ରମାଣିତ କରି ଶେଷରେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ \ ନୂଆପଡ଼ା ଜିଲ୍ଲା ଖରିଆର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ଖରିଆର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ବୋଡେନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରେମଶିଳା ନାଗ ଏବଂ ଶିନାପାଲୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଧୁରୀ ମାଝୀଙ୍କ ସହ୪୦ ଜଣ ସରପଞ୍ଚ ଓ ୩୪ ସମିତି ସଭ୍ୟ ଏବଂ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଅତାବିରା ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାପତି ଏବଂ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ବ୍ଲକ ଅଧ୍ୟକ୍ଷା, ୪୦ ଜଣ ସରପଞ୍ଚ, ୩୪ ସମିତି ସଭ୍ୟ ଏବଂଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀ ଦାସ, ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଛୁରିଆ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ନୂଆପଡ଼ା ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀଦାସ,ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଛୁରିଆ କହିଥିଲେ ।
ଏହି ଅବସରରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ସ୍ୱଚ୍ଛଶାସନ, ନିର୍ମଳ ଭାବମୂର୍ତ୍ତି ଓ କଥା କମ, କାମବେଶୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲିା ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହଯୋଗ ଦେଇଥିବା ସମସ୍ତକଂଗ୍ରେସ କର୍ମୀଙ୍କୁ ଗ୍ରହଣକରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜଏବଂସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହିମିଶ୍ରଣ ପର୍ବରେ ସରପଞ୍ଚ ସଂଘ ସଭାପତି ସନ୍ତୋଷ ମିଶ୍ର, ସଂଯୋଜକ ଗୋବିନ୍ଦ ବିହାରୀ ବାରିକ, ଉପସଭାପତି ଜିତୁ କୁମ୍ଭାର, ଜେମାମଣୀ ରଣା, ଲକ୍ଷ୍ମୀବାଗ, ଛବିମାଝୀ, ତୁକାରାମହିଆଲ, ଉମେଶକୈବର୍ତ୍ତ୍ୟ, କୁନୁଚରଣବେହେରା, ମୀନାଜାଲ, ବୃନ୍ଦାବନ ବାଗ, ଅଶୋକ ଦଣ୍ଡସେନା, ସୁବାଷିନୀ ପାଣ, ମଥାମଣୀତାଣ୍ଡି, ଆଲ୍ଲାଦିନ ବେହେରା, ଅମ୍ବିକାମାଝୀ, ତେକରାମମାଝୀ, ଜଗଦୀଶମାଝୀ, ବୈକୁଣ୍ଠ ଦଣ୍ଡସେନା, କହଲସିଂବାଗ, ଉଦିତ ପ୍ରତାପ ସିଂ, ଖୁତୁରାମସୁନାନି, ଦୟାମତି ଦଣ୍ଡସେନା, ଲକ୍ଷ୍ମୀସ, ପୂର୍ଣ୍ଣମୀମାଝୀ, ମୀନା ଜଗତ, ଯାଜ୍ଞସିନି ଭୋଇ, ସଦା ବେହେରା, ମଙ୍ଗଲ ଦଲ, କୈଳାସ ଦଲ, ଗମ୍ଭୀରତାଣ୍ଡି, ହିମାଦ୍ରୀ ଜଗତ, ଠାକୁରବାଗ, ବିନତୀ ନନ୍ଦ, ସମିତିସଭ୍ୟ ଗୌତମ ତାଣ୍ଡି, ଶ୍ରୀବସଶଗରିଆ, କେଦାର ତାଣ୍ଡି, ହେମନ୍ତ ଶବର, ଲୀଲା ରାଉତରାୟ, ରଶ୍ମିତାବାରିକ, ବିଜୟ ମେହେର, ଭାନୁମତୀ ମାଝୀ, ଚିନ୍ତାମଣୀ ମାଝୀ, ଜ୍ୟୋତ୍ସାବତୀ ଗୋହିର, ଦୋଳମଣି ପଣ୍ଡା, ପ୍ରେମଶିଳାସୁନା, ଗାୟତ୍ରୀ ଧନୁଆ, ମନୀଷ ପଟେଲ, ଲଳିତାସୁନାନି, ଲୋକେଶ ମାଝୀ, ଲକ୍ଷ୍ମୀମାଝୀ, ସୁଶିଳାଚିଣ୍ଡା, ସୁରେନ୍ଦ୍ର ମଙ୍ଗରାଜ, ଭଗବାନ ବନ୍ଦିଚୋର, ଦିଗମ୍ବର ପ୍ରଧାନ, ନିରୂପମା ମଙ୍ଗରାଜ, କୌଶଲ୍ୟା ପ୍ରଧାନ, ତୋଫାନ ମାଝୀ, ତପସ୍ୱିନୀ ମାଝୀ, ହୀନାତାଣ୍ଡି, ତୁଳସୀ ଖନସେଲ, ସଶ୍ମିତା ମେହେର, ବିନୟ ବେହେରା, ମାୟାଧର ସୁନାନି, ମୀନାମାଝୀ, ସବିତା ଜଗତ, ଯାଜ୍ଞସିନୀ ନାୟକ, ଉପେନ୍ଦ୍ର ଚିଣ୍ଡା, ବର୍ଷାରାଣୀ ଶଗରିଆ, ମମିତା ପଟ୍ଟନାୟକ, ମୀନାରାଣୀ ସାହୁ, ବସମାଲିକ ସଂଘ ସଭାପତିସୁଶାନ୍ତ ତାଣ୍ଡି, ଅକ୍ଷୟ ନନ୍ଦ, ଆଡଭୋକେଟ ଗୋବର୍ଦ୍ଧନ ସୁନା ଓ ନୟନା ବିଭାର, ସନ୍ତୁ ପଟ୍ଟନାୟକ, ସଞ୍ଜୁ ନାଏକ, ଧରଣୀ ପଟେଲ, ଅମିତାଭ ପଟେଲ, ହୀରାମେହେର, ପ୍ରମୋଦ ଅଗ୍ରୱାଲ, ସଚି ପାଢ଼ୀ, ନନ୍ଦଲାଲ ଅଗ୍ରୱାଲ, ଅରୁଣଗର୍ଗ, ଉମେଶ ଅଗ୍ରୱାଲ, ଧ୍ରୁବ ରଞ୍ଜନ ଖମାରୀ, ଭବେଶ ପାଣିଗ୍ରାହୀ, ଜନ୍ମେଜୟସିଂଦେଓ, ଲକ୍ଷ୍ୟରାମ ଶଣ୍ଢ, କପିଳଭୋଇ, ଖରିଆର ବ୍ଲକ ସଭାପତି ଶ୍ୟାମସୁନ୍ଦର ଲାଲ ଦୀପ, ସିନାପାଲୀ ବ୍ଲକ ସଭାପତି ଜୟପାଲ ନାଗ, ବୋଡେନ ବ୍ଲକ ସଭାପତି ହୀରାଲାଲ ମାଝୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ହୋଇଥିଲୋଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଅମିତ ମଲ୍ଲିକ ପ୍ରମୁଖଉପସ୍ଥିତ ଥିଲେ ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post