ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ମୁଖ ଗହ୍ଵର ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଏହି ଦିବସ ପାଳନ କରାଯାଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ମୁଖ ଗହ୍ଵର ଯତ୍ନ କେତେ ମୂଲ୍ୟବାନ ସେ ବିଷୟରେ ସଚେତନତା କରିବା “ଆମେ ନିଜ ମୁଖ ଗହ୍ଵର ପାଇଁ ଗର୍ବ ଅନୁଭବ କରିବା, ସୁସ୍ଥ ଶରୀର ପାଇଁ ନିଜ ମୁଖ ଗହ୍ଵରର ଯତ୍ନ ନେବା ” ବିଷୟରେ ବକ୍ତବ୍ୟ ରଖିଥିଲେ ଯଥା : ମୁଖ ଗହ୍ଵର କଥା ଆସିଲେ ଦାନ୍ତର ଯତ୍ନକୁ ବୁଝାଇଥାଏ । ଯାହା ଦାନ୍ତ ଯେତେ ସୁସ୍ଥ ଓ ସୁନ୍ଦର ତା ମୁଖ ସେତିକି ସୁନ୍ଦର । ଯଦି ଏହାର ଯତ୍ନ ନ ନିଆଯାଏ ତେବେ ଏଥିରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ତେଣୁ ଦୈନିକ ଦୁଇଥର ଦାନ୍ତ ଘଷିବା, ସକାକୁ ଉଠିବା ପରେ ଓ ରାତ୍ରୀ ଭୋଜନ ପରେ ଅତ୍ୟନ୍ତ 2ମିନିଟ ପର୍ଯ୍ୟନ୍ତ । ଖାଦ୍ୟ ଖାଇବାପରେ ୪-୫ଥର ଜୁଲି କରିବା ଉଚିତ । ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଖାଇବା ସହ ତମାଖୁ ବର୍ଜନ କରନ୍ତୁ । କିଛି ବି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ । ଏହି ବାର୍ତ୍ତାକୁ ଯେତେ ସମ୍ଭବ ପ୍ରତ୍ୟେକ ଲୋକମାନଙ୍କ ପାଖରେ ପହଞ୍ଚେଇବା ଆମ ସମସ୍ତଙ୍କ ଲକ୍ଷ ହେବା ଉଚିତ । ଯାହାଦ୍ବାରା ଆମେ ଦାନ୍ତ ଜନିତ ରୋଗରୁ ଲୋକଙ୍କୁ ରକ୍ଷା କରିବା ସହ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ଓ ଏ ଜନିତ ମୁଗ୍ଧକୁ କମାଇପାରିବା । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ମୁଖ ଗହ୍ଵରର ପ୍ରମୁଖ ରୋଗ ଗୁଡିକ ଯଥା ଦାନ୍ତ ନଷ୍ଟ ହେବା, ବିନ୍ଧା ହେବା, ପାଟିରୁ ଦୁର୍ଗନ୍ଧ ବାହାରିବା, କ୍ୟାନ୍ସର ଇତ୍ୟାଦି ରୋଗ ହୋଇଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ଦାନ୍ତ ଓ ପାଟିର ଯତ୍ନ ନେବା ଜରୁରୀ ଅଟେ । ମିଠା ଖାଦ୍ୟ ଖାଇବାପରେ ଦାନ୍ତକୁ ଠିକ ପ୍ରଣାଳୀରେ ବ୍ରସ କରିବା ଉଚିତ । ବର୍ତ୍ତମାନ ତମାଖୁର ବହୁଳ ବ୍ୟବହାର ଯୋଗୁଁ ବହୁତ ଦାନ୍ତ ରୋଗ ସହ ମୁଖ ଗହ୍ଵର କ୍ୟାନ୍ସର ମଧ୍ୟ ହେଉଅଛି, ତେଣୁ ତମାଖୁ ବ୍ୟବହାର ନ କରିବାକୁ ଲୋକମାନଙ୍କୁ ସଚେତନ କରିବା ଉଚିତ । ଏହି ଦାନ୍ତ ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ ଅଟେ । ତେଣୁ ଏହାର ଯତ୍ନ ନିମନ୍ତେ ସଚେତନ କରିବା ସହ ବର୍ଷକୁ ଦୁଇ ଥର ନିଜର ଦାନ୍ତ ପରୀକ୍ଷା କରାଇଦେବା ଉଚିତ । ଏହି ପରୀକ୍ଷା ବିନା ମୂଲ୍ୟରେ ସରକାରୀ ଡାକ୍ତରଖାନାରେ ଉପଲବ୍ଧ, ଏହାର ସୁଯୋଗ ନେବାକୁ ଲୋକମାନଙ୍କୁ ସଚେତନ କରିବା ଉଚିତ ଅବଗତ କରାଇଥିଲେ । ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଆଲଫା ମହାନ୍ତି ଏହି ଦିବସର ଉଦ୍ଦେଶ୍ୟ ଓ ଏହା କେତେ ମାରାତ୍ମକ ସେ ବିଷୟରେ ଏକ ବିସ୍ତୃତ ପ୍ରେଜେଣ୍ଟେସନ ଦ୍ୱାରା ଏହାର ଉପଚାର ଓ ଦାନ୍ତ ଘସିବାର ପ୍ରଣାଳୀ ଓ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ | ଆମ ଜିଲ୍ଲାରେ ଡେଣ୍ଟାଇ ବିଭାଗ ଦ୍ବାରା ଅଭିଜ୍ଞ ଡେଣ୍ଟାଲ ଡାକ୍ତରଙ୍କ ଦ୍ବାରା ସେବା ପ୍ରଦାନ କରାଯାଉଅଛି ଓ ସ୍କୁଲ, କଲେଜ ମାନଙ୍କରେ ଶିକ୍ଷା ମଧ୍ୟ ଦିଆଯାଉଅଛି । ତେଣୁ ଲୋକମାନଙ୍କୁ ଏ ବିଷୟରେ ଆଶାମାନେ ଗୋଷ୍ଠୀ ସ୍ତରରେ ସଚେତନ କରିବା ନିମନ୍ତେ ଉପଦେଶ ଦେଇଥିଲେ । ନସିଂ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା, କୃତିତ୍ୱ ହାସଲ କରିଥିବା ଦଶ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସ୍ତରରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେ | ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ପ୍ରିନସିପାଇ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ବୟସ୍କ ବ୍ୟକ୍ତି, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post