ହାର୍ଡକୋର୍ ଅପରାଧୀ ନାଲୁ ଗିରଫ ।

0 1

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବେଗୁନିଆବସ୍ତ ଗ୍ରାମର କୁଖ୍ୟାତ ଅପରାଧୀ ନାଲୁ ସ୍ବାଇଁ କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ । ତାର ବୟସ ୪୭ ଅଟେ । ତା ନାମରେ ଓଡ଼ିଶା ର ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ ମାମଲା ରହିଥିବା ବେଳେ ,ସର୍ବାଧିକ ମାମଲା ରହିଛି କମିଶନରେଟ ପୋଲିସ ଅଧୀନରେ । ସେ ଦୀର୍ଘ ଦିନ ହେବ ଫେରାର ରହିଥିବାରୁ ପୋଲିସ ତାକୁ ଖୋଜୁଥିଲା ଓ ପୂର୍ବରୁ ଅସ୍ତରଙ୍ଗ ପୋଲିସ ଷ୍ଟେସନ ରେ ୩ ଗୋଟି ଜାମିନି ବିହୀନ ୱାରେଣ୍ଟ ଥିବାରୁ ପୋଲିସ ତାକୁ ଧରିବା ବାଇଁ ଏକ ସ୍ୱତନ୍ତ୍ର ଗ୍ରୁପ ମଧ୍ୟ ଗଠନ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ରାଜେଶ ବଳିଆର ସିଂ ଙ୍କ ନେତୃତ୍ବରେ ତାର ଘର ଉପରେ ଚଢ଼ାଉ କରିବା ପରେ ନାଲୁ କୁ ଧରିବାକୁ ସକ୍ଷମ ହୋଇଥିଲା ଅସ୍ତରଙ୍ଗ ପୋଲିସ। ତାକୁ ଅସ୍ତରଙ୍ଗ ଥାନାରେ ଜିଲ୍ଲା ପୋଲିସ ତରଫରୁ ପଚରା ଉଚରା କରାଯିବା ପରେ ଦଫା ୩୯୫ସମେତ ଯେଉଁ ସବୁ ଅପରାଧରେ ସଂପୃକ୍ତ ସେ ସମ୍ବନ୍ଧୀୟ ବହୁ ସଙ୍ଗୀନ ଦଫା ଲଗାଯାଇ ନିମାପଡ଼ା କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.