ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଗାମୀ ସାଧାରଣ ନିର୍ବାଚନ 2024 କୁ ଦୃଷ୍ଟି ରେ ରଖି ଗୁଣୁପୁର ସଦର ପୋଲିସ ର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି | ଏହି ଫ୍ଲାଗମାର୍ଚ୍ଚ ଦ୍ୱାରା ଚଳିତ ସାଧାରଣ ନିର୍ବାଚନ ରେ ନାକ୍କା ପୋଷ୍ଟ ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ଗୁଣୁପୁର ସଦର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ଜଣାଇଛନ୍ତି |
ସଦର ଗୁଣୁପୁର ରେ ଆଣ୍ଟି ସୋସିଆଲ ଙ୍କୁ ସତର୍କ ଘଣ୍ଟି ସୂଚନା ଦେବା ଏବଂ ସହର ରେ ପୋଲିସ ପ୍ରତି ଲୋକଙ୍କ ଆସ୍ତା କୁ ବଜାୟ ରଖିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ ଗୁଣୁପୁର ପୋଲିସ ଥାନା ରୁ ବାହାରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦେଇ ମୁଖ୍ୟ ରାସ୍ତା ସହ ନୂଆ ବସ ଷ୍ଟାଣ୍ଡ ପୁରୁଣା ବସ ଷ୍ଟାଣ୍ଡ ଦେଇ ବାଇ ପାସ ଦେଇ ପଇଁତରା ମାରିବା ସହ ଆଣ୍ଟି ସୋସିଆଲ ଗତି ଉପରେ ତୀବ୍ର ଦୃଷ୍ଟି ରଖିବା ଏବଂ ମଦ ଧରପଗଡ଼ କୁ ନିୟମିତ କରାଯିବ ବୋଲି ଜଣାଇଛନ୍ତି |
ଏହି ଫ୍ଲାଗ ମାର୍ଚ୍ଚ ରେ ଗୁଣୁପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ ନାୟକ ନେତୃତ୍ୱ ନେଇଥିବା ବେଳେ ଓଡିଶା ପୋଲିସ ଏବଂ ସି ଆର ପି ଏଫ ର ଯବାନ ମାନେ ଅଂଶ ଗ୍ରହଣ କରିଥିଲେ |